ନର୍ଲାରେ ଆଦିସ୍କନ୍ଧ ସମାଜ ସଂସ୍କୃତି ଭବନ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସହରରେ ନବ ନିର୍ମିତ ଆଦିସ୍କନ୍ଧ  ସମାଜର ସଂସ୍କୃତି ଭବନ ଉଦଘାଟିତ ହୋଇଯାଇଛି। ଆଦିସ୍କନ୍ଧ ସଂସ୍କୃତି ପରିଚାଳନା କମିଟି ସଭାପତି ଦୁର୍ଯ୍ୟୋଧନ ମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଅଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦେଇ ଭବନର ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିର କମଲ ମଇଦାନ୍ର ପୂର୍ବତନ ସମ୍ପାଦକ ଲୋକନାଥ ମାଝୀ, କିଶୋର୍ ମାଝୀ, ଭୂମି ଦାନ କରି ଥିବା ଗଜପତି ମାଝୀଙ୍କ ସୁପୁତ୍ର ଯୋଗେଶ୍ଵର ମାଝୀ, ଦେବରାଜ୍ ମାଝୀ, ଧନେଶ୍ଵର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧାନ କବି କ୍ଷିତିଶ ଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ନର୍ଲା ବୁଢ଼ାରଜା ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରାରେ ଆସି ସଂସ୍କୃତି ଭବନ ଭିତରେ ମଶାଲ ସହିତ ନିଜ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସ୍ଥାପନ କରି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.