ମ.ରାମପୁର ଗୌଡ ପଡ଼ାର ଷୋହଳ ପ୍ରହର ନାମଯଜ୍ଞ ଆଜିଠୁ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମ.ରାମପୁର ଗୌଡ ପଡା ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଦୋଳ ପୂର୍ଣ୍ଣିମା ଅବସରରେ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଆଜି ଗୁରୁବାର ୧୩ ମାର୍ଚ୍ଚ ଠାରୁ ଆରମ୍ଭ ହୋଇଛି। ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଯଥା ବିଧିରେ କରାଯିବ। ଏଥିପାଇଁ ବୁଧବାର ଅପରାହ୍ନ ୩.୩୦ ମି ରେ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ଓ ଗୌଡ ପଡା ତରଫରୁ ପୂର୍ବ ରୁ ସ୍ଥିରୀକୃତ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ କର୍ତ୍ତା ଦମ୍ପତି ଅମର ପୋଡ଼ ଓ ଲୋଚନା ପୋଡ଼ଙ୍କ ବାସ ଗୃହକୁ ସଂକୀର୍ତ୍ତନ ମଣ୍ଡଳୀ ସହିତ ଯାଇ କର୍ତ୍ତା ବରଣ କରି ମନ୍ଦିରକୁ ଅଣା ଯିବା ପରେ ସସ୍ତ୍ରିକ କର୍ତ୍ତା ଅଖଣ୍ଡ ନାମ ଯଜ୍ଞ ପାଇଁ ପୂଜକ, ଜପକ ଓ ପାଚକ ବରଣ କରିଥିଲେ। ତାପରେ ୩୦୦ ରୁ ଉର୍ଦ୍ଧ୍ବ ମହିଳା ଶ୍ରଦ୍ଧାଳୁ ଭକ୍ତମାନେ ସଂକୀର୍ତ୍ତନ, ଘଣ୍ଟ ଓ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ଦଳଙ୍କ ସହିତ ହରିହର ସାଗରକୁ ଯାଇ ନୀତି କାନ୍ତି ସହିତ ଗଙ୍ଗା ବରଣ ଓ ପୂଜନ କରି କଳସରେ ଜଳ ଭର୍ତ୍ତି କରି ଗ୍ରାମ ପରିକ୍ରମା କରି ପ୍ରହର ମଣ୍ଡପ ରେ କଳସ ସ୍ଥାପନ କରି ଅଧିବାସ କରାଯାଇ ଥିଲା। ମୁଖ୍ୟ ପୂଜକ ତ୍ରିଲୋଚନ ଦାସ, ସହ ଯୋଗୀ ପୂଜକ ଅଶୋକ ତ୍ରିପାଠୀ, ମନ୍ଦିର ପୂଜକ ସୋମନାଥ ଦାସ ଓ ଉଦ୍ଧବ ପଣ୍ଡା ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି। ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ପାଇଁ କର୍ତ୍ତା ଲୋଚନା ପୋଡ଼ ଓ ଅମର ପୋଡ଼ ଉକ୍ତ କଳସ ଶୋଭାଯାତ୍ରା କଳସ ମୁଣ୍ଡେଇ ଆଗରେ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମନ୍ଦିର ପରିଚାଳନା କମିଟିର ସଭାପତି ଭଗବାନ ଭୋଇ, ଉପ ସଭାପତି ଦେବେନ୍ଦ୍ର ପୋଡ଼, ସମ୍ପାଦକ ପ୍ରଶାନ୍ତ ମହାରଣା, ପ୍ରଶାନ୍ତ ସାମନ୍ତରା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ, ଜୟ ହାତୀ, ଗୋକୁଳ ଭୋଇ, ଭଗବତ ଘିଭେଲା, ଜୟକୃଷ୍ଣ ଶର୍ମା, ଜଗନ୍ନାଥ ସାହୁ, ସୋମନାଥ ସାହୁ, ଖଗେଶ୍ବର ଭୂୟାଁ, ନାଗେଶ୍ଵର ପୋଡ଼ ପ୍ରମୁଖ ଯୋଗ ଦେଇଥିଲେ। ଅନାଦି ଭୋଇ, ସୁନ୍ଦର ସିଂ ପୋଡ଼, ରାମ ସିଂ ପୋଡ଼, ଶିବରାମ ସାହୁ, ଅରକ୍ଷିତ ଦଣ୍ଡସେନା, ପୁଟୁ ନ ମହାରଣା, ଶିବ ନାହାକ, ପ୍ରସନ୍ନ ବିଶି, ଭିକାରୀ ବଗର୍ତ୍ତି, କୀର୍ତ୍ତନ ଘୀଭେଲା, ଆଲୋକ ବେହେରା, ନିରଞ୍ଜନ ବାଗ, ବିଳାସିନୀ, ଫୁଲ ସିଂ ଓ ଗୌଡ ପଡା, ପୋଲିସ ପଡା, କୁସୁମ ନଗର ଓ ମହୁଲ ପଡାବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଜି ଗୁରୁବାର ଦିନ ସକାଳ ୭.୩୦ ମଧ୍ୟରେ ପବିତ୍ର ନାମ ଆରମ୍ଭ ହୋଇଛି। ମାର୍ଚ୍ଚ ୧୫ ସକାଳ ୭.୩୦ ମଧ୍ୟରେ ଏହାର ପୂର୍ଣ୍ଣାହୁତି ପଡ଼ିବ ବୋଲି ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.