ସାଂସଦ ପ୍ରତିନିଧି ଗଦାଧର ବଗର୍ତ୍ତୀଙ୍କୁ ସ୍ବାଗତ ସମ୍ବଦ୍ଧନା

ଓଡ଼ିଆ ବାର୍ତ୍ତା/ ସଇଁନ୍ତଳା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓଙ୍କ ସଇଁନ୍ତଳା ବ୍ଳକ ପ୍ରତିନିଧୂ ଭାବେ ଗଦାଧର ବଗର୍ତ୍ତୀ ମନୋନୀତ ହୋଇଛନ୍ତି। ଆଜି ବ୍ଳକ କାର୍ଯ୍ୟାଳୟରେ ବିଜେପିର ବରିଷ୍ଠ ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ଶ୍ରୀଯୁକ୍ତ ବଗର୍ତ୍ତୀଙ୍କୁ ବିଜେପିର କର୍ମକର୍ତ୍ତାମାନେ ଉପଢୌକନ ଓ ଫୁଲତୋଡ଼ା ଦେଇ ସ୍ବାଗତ ସମ୍ବଦ୍ଧନା ଜଣାଇଥିଲେ। ସୂଚନା ଥାଉକି ଶ୍ରୀ ବଗର୍ତ୍ତୀ ଲୋକଙ୍କ ସହ ମିଶି ଗ୍ରାମାଞ୍ଚଳ ଏବଂ ବ୍ଳକର ଉନ୍ନତି କରିବା ପାଇଁ ଚେଷ୍ଟା କରିବି ବୋଲି କହିବା ସହ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଦର୍ଶନ ପଧାନ, ବାସୁ ଦେବ ଚୌହାନ, ବଚୁ ସିଂ ବାବୁ ଗୋପାଳ ବାବୁ ମହେନ୍ଦ୍ର ଅମାତ, ମଣ୍ଟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.