ଡୁମେରବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ବିଭାଗ ବୃନ୍ଦାବାହାଲ କ୍ଲଷ୍ଟର ଅଧୀନରେ ଥିବା ଡୁମେରବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସିସି କ୍ଷିରାବ୍ଧୀ ତନୟା ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଓ୍ବାର୍ଡ ସଭ୍ୟ ତହସିଲ୍ ଭାଟି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା କମିଟିର ବେଦମତୀ ବାଗ, ଜୟନ୍ତୀ ମାଝୀ, ସୁରୁବାଲୀ ନାଏକ, ଖମ୍ବେଶ୍ୱର ମାଝୀ, ସୋମବାରୁ ଭୋଇ ଅବିନ ଭାଟି, କାଦମ୍ବିନୀ ନାଏକଙ୍କ ସମେତ ଅନେକ ମାନ୍ୟଗଣ୍ୟ  ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ବିଭିନ୍ନ ପ୍ରତିଯୋଗିତା ଯଥା; ଗୀତ, ନାଚ, ଗଳ୍ପ, ବକୃତା, ପୁଚି, ଚିତ୍ରାଙ୍କନ ଭଳି ଅନେକ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସୋମନାଥ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ରୁକୁଣୀ ପ୍ରଧାନ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.