ଆଜିଠୁ ୨୫ ପର୍ଯ୍ୟନ୍ତ ଜଗନ୍ନାଥ ମହୋତ୍ସବ; ଯୋଗ ଦେବେ ଅଘୋରୀ ସାଧ୍ବୀ ଚଞ୍ଚଲ ନାଥ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମାର୍ଚ୍ଚ ୧୯ରୁ ୨୫ ପର୍ଯ୍ୟନ୍ତ ୭ ଦିନ ଧରି ସୋନପୁର ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ବର ଷ୍ଟାଡିୟମରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହେବ। ପ୍ରଭୁଙ୍କ ଭଜନ କୀର୍ତ୍ତନରେ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର କମ୍ପି ଉଠିବ ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଏହି ଉତ୍ସବରେ ବିଶେଷ ଆକର୍ଷଣ ସାଜିବେ କୁମ୍ଭ ମେଳାର ଆକର୍ଷଣ ପାଲଟିଥିବା ବିଶିଷ୍ଟ ଘୋରୀ ସାଧିକା ସାଧ୍ବୀ ଚଞ୍ଚଲ ନାଥ ଜୀ। ଉତ୍ସବରେ ଶ୍ରଦ୍ଧାଳୁ ମାନଙ୍କୁ ସାଧୁସେବା କରିବାର ସୁଯୋଗ ମିଳିବ ବୋଲି କମିଟି ତରଫରୁ କୁହାଯାଇଛି। ଏହି ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ହୋଟେଲ ମୁନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଉତ୍ସବର ସଭାପତି ଗଦାଧର ବାରିକ, ସଂପାଦକ ଶ୍ୟାମାଓଁ ପ୍ରସାଦ ମିଶ୍ର, ବୈକୁଣ୍ଠ ଶତପଥୀ, ଶ୍ରୀବତ୍ସ ମଲ୍ଲିକ, ଶ୍ରଦ୍ଧାଞ୍ଜଳି ମିଶ୍ର, ଆରତି ଖମାରୀ, ବୈକୁଣ୍ଠ ଶତପଥୀ ପ୍ରମୁଖ ଅନେକ ସଦସ୍ୟ ଉପସ୍ଥିତ ଥିଲେ। ସାତ ଦିନ ବ୍ୟାପୀ ପଞ୍ଚ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ, ନାମ, ପ୍ରବଚନ, ଭଜନ କାର୍ଯ୍ୟକ୍ରମ, ଜଗନ୍ନାଥଙ୍କ ୩୨ଟି ବେଶ, ସାଧୁସେବା ଏବଂ ତ୍ରିବେଣୀ ସଙ୍ଗମରେ ସାହିସ୍ନାନ ଆଦି ଅନୁଷ୍ଠିତ ହେବ। ପୁରୀର ପାରମ୍ପରିକ ସେବାୟତ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଅବଢା ଓ ମିଷ୍ଟାନ୍ନ ପ୍ରସାଦ ଏଠାରେ ଉପଲବ୍ଧ ହେବ। ତେବେ ଜନସାଧାରଣ ମୀନାବଜାର ଏବଂ ରବୋଟିକ ସୋ’ର ମଧ୍ୟ ମଜା ନେଇ ପାରିବେ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି। ମହୋତ୍ସବକୁ ଶାନ୍ତି ଶୃଙ୍ଖଳାରେ ସଫଳ କରିବାକୁ ବିଭିନ୍ନ କମିଟି ଗଠନ କରାଯାଇଛି ଓ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଲୋକଙ୍କ ଓ ସାଧୁ ସନ୍ଥଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.