ଶିକ୍ଷାର ଉନ୍ନତି ପାଇଁ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଗୁରୁତ୍ତ୍ୱ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନୀ ମାଝିଙ୍କ ଅବାହକତ୍ୱରେ ପ୍ରଥମ ପର୍ଯ୍ୟାୟରେ ନଅ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ସଭାପତିତ୍ୱ କରିଥିଲେ l ଶ୍ରୀଯୁକ୍ତ ନାୟକ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ବିଦ୍ୟାଳୟର ଭୌତିକ ଭିତ୍ତିଭୂମି ଓ ଶୈକ୍ଷିକ ବିକାଶ କରିବା ଓ ଜିଲ୍ଲାରେ ଧର୍ମଗଡ଼ ବ୍ଲକକୁ ଏକ ନମ୍ବର ବ୍ଲକ ଭାବରେ ଗଢ଼ିବା ବୋଲି ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆହ୍ୱାନ ଦେଇଥିଲେ l ଏଥିପାଇଁ ଗୋଷ୍ଠୀ କାର୍ଯ୍ୟାଳୟ ତରଫରୁ ଭୌତିକ ବିକାଶ ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ମତ ଦେଇଥିଲେ l ତତ ସହିତ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମକୁ ଅଭିଭାବକ ମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ଠିକ ଭାବରେ ପାଳନ କରିବା l ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଠିକ ସମୟରେ ବିଦ୍ୟାଳୟକୁ ଯିବା, ଗୁଣାତ୍ମକ ଶିକ୍ଷାଦାନ ଦେବା, ସ୍କୁଲ ପୋଷାକ ପିନ୍ଧିବା ଉପରେ ଅନୁରୋଧ କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମାଝୀ ତାଙ୍କ ବକ୍ତବ୍ୟରେ ଦ୍ଵିତୀୟ ସମାପ୍ତି ସୂଚକ ମାନ ନିର୍ଧାରଣରେ ଉପସ୍ଥାନ ବୃଦ୍ଧି, ବିଦ୍ୟାଳୟ ପରିବେଶ ପରିଷ୍କାର ରଖିବା, ସମସ୍ତ ରେଜିଷ୍ଟର ଅପଡେଟ ରଖିବା, ମାର୍ଚ୍ଚ ମାସ ଶେଷ ପୂର୍ବରୁ ୟୁ ସି ଦେବା,ବିଦ୍ୟାଳୟ ପରିଦର୍ଶନ ରେଜିଷ୍ଟରକୁ ପରିଦର୍ଶନ ନୋଟ ଲେଖିବା ପାଇଁ ଦେବା, ଆଗାମୀ ଶିକ୍ଷାବର୍ଷକୁ ସଠିକ ରୂପରେ ପରିଚାଳନା ପାଇଁ ଷ୍ଟାଫ ସହିତ ଆଲୋଚନା କରିବା ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅରୂପାନନ୍ଦ ଭୋଇ ପରିଚାଳନା କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ବୈଠକରେ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ଭୌତିକ ଭିତ୍ତି ଭୂମିର ସମସ୍ୟାର ସମାଧାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.