ଜୁନାଗଡ଼ରେ ମୂର୍ଚ୍ଛନା ସାହିତ୍ୟ ସଂସଦ ତରଫରୁ ବସନ୍ତ କବିତା ଆସର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ମୁକ୍ତ ଚିନ୍ତନ ମୁକ୍ତ ଆକାଶର ନୀଳ ନିଲିମାରେ ବିହଙ୍ଗର ସୁମଧୁର ତାନ ଭରି ଦିଏ ଜୀବନର ଅସରନ୍ତି ପ୍ରେମ, ସେହି ପ୍ରକୃତିର ରୂପ ସଜ୍ଜାରେ ଋତୁରାଜ ବସନ୍ତର ଆଗମନ ଶୋଭାମୟୀ ହୋଇ ଉଠେ ଏହି ଧରଣୀ ରାଣୀ ସେହି ପ୍ରକୁତିର ରୂପ ସମ୍ଭରକୁ ନେଇ ମୂର୍ଚ୍ଛନା ସାହିତ୍ୟ ସଂସଦ ଜୁନାଗଡ ତରଫରୁ ଆୟୋଜିତ ହୋଇଯାଉଛି ବସନ୍ତ କବିତା ଆସର । ଏହି ବସନ୍ତ କବିତା ଆସର ରେ କୈଳାଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଶ୍ରବଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ପାଦକ ନିରଞ୍ଜନ ସାହାଣୀ ସମ୍ମାନୀତ ଅତିଥି ସୁତ୍ତମ ନାଏକ ଉପଦେଷ୍ଠା ଉଦ୍ଧବ ସାହୁ ମଞ୍ଚାଷୀନ ହୋଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ପ୍ରଥମେ ବାଗଦେବି ସରସ୍ୱତୀଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୟୋଳନ କରିବା ସହ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ପରେ କବୟିତ୍ରୀ ଲିନା ରାଣୀ ସାହୁ ଏକ ସୁନ୍ଦର ଭଜନ ଗାଇ ଥିଲେ।ଏହି ବସନ୍ତ ଆସର କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ କବି ଓ କବୟିତ୍ରୀ ଯୋଗ ଦେଇଥିବା ବେଳେ ଗୋଲାମୁଣ୍ଡା ବ୍ଲକ ରୁ ଜନ୍ମେଜୟ ନାଏକ, କୁଞ୍ଜବିହାରୀ ପଟେଲ, ଅନ୍ତର୍ଯ୍ୟାମୀ ସରାପ,ରମେଶ ଚନ୍ଦ୍ର ବନ୍ଦିଛୋଡ ଉପସ୍ଥିତ ରହି ନିଜସ୍ୱ ରଚିତ କବିତା ପଠନ କରିଥିଲେ। କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ଭାଗିରଥି ସାଗର ଓ ବ୍ରଜ କିଶୋର ମିଶ୍ର ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.