ଜୟପାଟଣା ବ୍ଲକରେ ନବସାକ୍ଷର ମାନଙ୍କ ପରିକ୍ଷା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆନୁକୁଲ୍ୟରେ ନାବ ସ୍ୱାକ୍ଷର ପରିକ୍ଷା ଅନୁଷ୍ଠିତ ହୋଇଯାଇଅଛି। ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ୧୨ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ୧୪୫ ଟି ପରିକ୍ଷା କେନ୍ଦ୍ର ରେ ୧୪୪୮ ଜଣ ନବ ସାକ୍ଷର କାର୍ଯ୍ୟକ୍ରମରେ ପରିକ୍ଷାର୍ଥୀ ମାନେ ପରିକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି। ଏହା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ ତଥା ବ୍ଳକ ଏନ୍ ଆଇ ଏଲ୍ ପି ଦାୟିତ୍ଵରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସମ୍ପୁର୍ଣ୍ଣ ତଦାରଖ କରିଥିବା ସହିତ ସମସ୍ତ ୧୨ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସହଯୋଗ କରିଥିଲେ। ନବ ସାକ୍ଷର ପରିକ୍ଷା କାର୍ଯ୍ୟକ୍ରମରେ ନବ ସାକ୍ଷର ମାନେ ପୂର୍ଣ୍ଣ ଉତ୍ସାହର ସହିତ ପରିକ୍ଷା ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.