ବୁର୍ଡିପଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ  ଭୀମକେଲା ପଞ୍ଚାୟତର ବୁର୍ଡିପଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କୁମାର ଶର୍ମାଙ୍କ ଅଧକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୀମକେଲା ସରପଞ୍ଚ ଜାନକୀ ଗଉଡ, ମୁଖ୍ୟ ବକ୍ତା ଭାବେ ଲାଖପଦର କ୍ଲଷ୍ଟରର ସିଆରସିସି ବିଜୟ ସୁନା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହେମନ୍ତ ସା, ନର୍ଲା ଶିକ୍ଷକ ସଂଘର ସଭାପତି ମୀନକେତନ ସାହୁ, ନର୍ଲା ଶିକ୍ଷକ ସଂଘର ସମ୍ପାଦକ ଅମିତ କୁମାର ଶର୍ମା, ସ୍କୁଲ ପ୍ରଧାନ ଶିକ୍ଷକ ସୁରେଶ ଶର୍ମା, ସ୍କୁଲ ପାଇଁ ଜମି ଦାନ କରିଥିବା ସମାଜସେବୀ ଗଙ୍ଗାଧର ନାଏକ, ସମାଜସେବୀ ଜୟନ୍ତ ଗଉଡ଼ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ସଭ୍ୟା ସଞ୍ଜୁଲତା ନାଏକ, ଶରତ ନାଏକ, ଏବଂ ଅନ୍ୟ ସଭ୍ୟ ସଭ୍ୟାଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ। ଶିକ୍ଷକ ମିନକେତନ ତାଣ୍ଡି ଓ ଦେବଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୀମକେଲା କ୍ଲଷ୍ଟରର ଶିକ୍ଷକ ଈଶ୍ୱର ଚନ୍ଦ୍ର ନାଏକ, ମଗନଲାଲ୍ ବୈଠାରୁ, କେଶରୀ ସାହୁ, ପର୍ଶୁରାମ ପୁଟେଲ, ସରସ୍ଵତୀ ସାହୁ, ଉରବତୀ ନାଏକ, ଦାସ ମାଝୀ, କୁମୁଦ ନାଏକ, ସୁଶ୍ରୀ ରୁବିନା ପ୍ରଧାନ, ଡୋଳାମାଣି ସାହୁ, ବଂଶୀଧର ନାଏକ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.