କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଶାଖା ପକ୍ଷରୁ ତ୍ରିଦିବସୀୟ ଅଣତାଲିମପ୍ରାପ୍ତ ପରାମର୍ଶଦାତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ୍): ସ୍ୱାସ୍ଥ୍ୟ, ସେବା, ବିଶ୍ଵବନ୍ଧୁତାର ବାର୍ତ୍ତା ବାଣ୍ଟୁଥିବା ଓ ସାର୍ବଜନୀନ ସେବା କାର୍ଯ୍ୟରେ ଅହରହ କାର୍ଯ୍ୟ କରୁଥିବା ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତଥା ଜୁନିଅର ରେଡକ୍ରସ କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଭବାନୀପାଟଣାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମେଦିନୀପୁରଠାରେ ତିନିଦିନଧରି ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବରେ ଉପନିର୍ଦ୍ଦେଶକ (ଯୋଜନା) ଶ୍ରୀକାନ୍ତ କୁମାର ଦଳାଇ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ଯୋଗଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସଭାପତିତ୍ବ କରିଥିଲେ ।

ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଏସ୍.ପି. ପାତ୍ର, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡା. ବିବେନ୍ଦୁ ବଳ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟଙ୍କ ସମେତ ପ୍ରଶିକ୍ଷକ ଭବରେ ପ୍ରାଥମିକ ଚିକିତ୍ସା ନିମନ୍ତେ ସଞ୍ଜୟ ପୁରୋହିତ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ସୁଦାମ ଚରଣ ମିଶ୍ର, ରକ୍ତ ଦାନ ସଚେତନତା ଓ ସଡ଼କ ସୁରକ୍ଷା ପାଇଁ ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖ ପ୍ରଶିକ୍ଷର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ,ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ସୁନୀଲ କୁମାର ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶିଲ କୁମାର ବିଶ୍ଵାଳ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ଯୋଗଦେଇଥିଲେ ଏବଂ ଜୁନିଅର ରେଡକ୍ରସ କଳାହାଣ୍ଡି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ନୂତନ ତାଲିମ୍ ପ୍ରାପ୍ତ ପ୍ରଶିକ୍ଷର୍ଥୀମାନଙ୍କ ମଧ୍ୟରୁ ୨୦ଜଣ ରକ୍ତଦାନ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୬୦ ଜଣ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ନେଇଥିବା ବେଳେ ପ୍ରଶିକ୍ଷଣର ଅନ୍ତିମ ଦିବସରେ ପ୍ରାୟ ୧୧୭ ଜଣ ପୁରାତନ ଜୁନିଅର ରେଡକ୍ରସ ପରମର୍ଶଦାତା ଯୋଗଦେଇଥିଲେ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ନାରାୟଣ ପ୍ରଧାନ କାର୍ଯ୍ୟକ୍ରମଟିକୁ ସାମଗ୍ରିକ ଭାବେ ପରିଚାଳନା କରିଥିଲେ ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ପ୍ରଭାତ କୁମାର ରଥ, ରାମଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପଟ୍ଟନାୟକ, ତୁନେଶ୍ଵର ସା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.