ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ପ୍ରତାପ ପୁରୋହିତ ଏବଂ ସଂପାଦକ ଭାବରେ ଗଦାଧର ନେଗୀ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ୨୧୩ ଜଣ ସଦସ୍ୟ ମତଦାନ କରିଥିଲେ। ସଭାପତି ପଦ ପାଇଁ ପ୍ରତାପ ପୁରୋହିତ ଏବଂ ବିଧାନ ଚନ୍ଦ୍ର ପାଣିଗ୍ରାହୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲା ବେଳେ ଏଥିରେ ପ୍ରତାପ ପୁରୋହିତ ୧୧୭ ଖଣ୍ଡ ଏବଂ ବିଧାନଚନ୍ଦ୍ର ପାଣିଗ୍ରାହୀ ୯୩ ଖଣ୍ଡ ଭୋଟ ପାଇଥିଲେ। ୩ ଖଣ୍ଡ ଭୋଟ୍ ନାକଚ ହୋଇଥିଲା। ସଂପାଦକ ପଦ ପାଇଁ ଗଦାଧର ନେଗୀ ଏବଂ ରାଜେନ୍ଦ୍ର ନାୟକ ପ୍ରତିଦ୍ଵନ୍ଦିତା କରିଥିବା ବେଳେ ଗଦାଧର ୧୧୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ରାଜେନ୍ଦ୍ର ୧୦୦ ଖଣ୍ଡ ଭୋଟ୍ ପାଇଥିଲା ବେଳେ ୩ ଖଣ୍ଡ ଭୋଟ୍ ନାକଚ ହୋଇଥିଲା। ଉପସଭାପତି ଭାବେ ଦଶରଥ ମିଶ୍ର, ଯୁଗ୍ମ ସଂପାଦକ (ଲାଇବ୍ରେରୀ) ପାଇଁ ପ୍ରିୟଜିତ ମିଶ୍ର ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ (ଫର୍ମ୍ମ ଆଣ୍ଡ ଆକାଉଣ୍ଟ) ପ୍ରଣତି କୁମ୍ଭାର, କାର୍ଯ୍ୟକାରୀ ସଦସ୍ୟ ଭାବରେ ଶମ୍ଭୁ ପ୍ରସାଦ ବିଶି, ଦାସଦୀପ୍ତ ମହାପାତ୍ର, ସନ୍ତୋଷ ନନ୍ଦ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଓଁକାର ପ୍ରସାଦ ପ୍ରଧାନଙ୍କୁ ମନୋନୀତ ହୋଇଥିଲେ। ନିର୍ବାଚନ ଅଧିକାରୀ ଭାବରେ ଶୁଦ୍ଧନାରାୟଣ ସାହୁ ନିର୍ବାଚନୀ ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।