ବେଳଗାଁ ତେଲ ନଦୀ ବ୍ରିଜ ତଳେ ପଡି ରହିଛି ଯୁବକଙ୍କ ମୃତ ଦେହ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ସଂଯୋଗ କରୁଛି ବେଲଗାଁ ତେଲନଦୀ ବ୍ରିଜ। ଆଜି ଏହି  ବ୍ରିଜ ତଳେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତ ଶରୀର ପଡ଼ି ରହିଥିବା ଦେଖିବାକୁ ମିଳିଛି। ମୃତ ଯୁବକର ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ କେହି ତାଙ୍କୁ ହତ୍ୟା କରି ନଦୀ ତଳକୁ ଫିଙ୍ଗି ଦେଇଥିବା ସନ୍ଧେହ କରାଯାଉଛି। ଏପଟେ ଘଟଣା ସ୍ଥଳକୁ ଉଭୟ ବଲାଙ୍ଗିର ପୋଲିସ ଓ କଳାହାଣ୍ଡି ପୋଲିସ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.