ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବୁଢାବାହାଲ ଗ୍ରାମପଞ୍ଚାୟତ କୁଟୁରାମୁଣ୍ଡା ଗ୍ରାମ ମହୁଲ ପଡାର ଖେଳପଡିଆରେରେ ବାସନ୍ତୀକ ନବଦୁର୍ଗା ପୂଜା କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାସନ୍ତୀକ ନବଦୁର୍ଗା ପୂଜାରେ ମୁଖ୍ୟକର୍ତ୍ତା ଅଶ୍ମନୀ କୁମାର ମାଝୀ ଓ ତାଙ୍କ ଧର୍ମପତ୍ନୀ ପଦ୍ମବତୀ ମାଝୀ, ସତ୍ୟନାରାୟଣ ମେହେର ଓ ତାଙ୍କ ଧର୍ମପତ୍ନୀ ରିତାଞ୍ଜାଲି ମେହେର, ପଣ୍ଡିତ ଭକ୍ତ ପ୍ରସାଦ ରଥ, ଓ ଷୋହଲ ପ୍ରହର ନାମ ଯଜ୍ଞର କର୍ତା ଭାବରେ କିଶୋର କୁମାର ଗହିର ଓ ଧର୍ମପତ୍ନୀ ପୁର୍ଣିମା (ରିତା) ଗହିର ରହିଛନ୍ତି। ଚଣ୍ଡୀ ମହାଯଜ୍ଞର କର୍ତା ଧ୍ରୁବଚରଣ ସାହୁ ଓ ତାଙ୍କ ଧର୍ମପତ୍ନୀ କ୍ଷୀରେଶ୍ୱର ସାହୁ, ଓ ପାରାୟଣ କର୍ତା ବାଳମିକି ଗହୀର ଓ ତାଙ୍କ ଧର୍ମପତ୍ନୀ ଯଶୋବନ୍ତି ଗହିର, ଯଜ୍ଞ କୁଣ୍ଡଳୀର କର୍ତା ଡୋଳାମଣି ମାଝୀ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପଞ୍ଜଳି ମାଝୀ, ହରିଚନ୍ଦ୍ର ଗହିର ଓ ତାଙ୍କ ଧର୍ମପତ୍ନୀ କନକ ଗହିର, ଗୌତମ ଗହିର ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ଗହିର, ବିରଞ୍ଚି ଗହିର ଓ ତାଙ୍କ ଧର୍ମପତ୍ନୀ ସିନ୍ଧୁ ଗହିର। ଏହି ବିଶ୍ବଶାନ୍ତି ଚଣ୍ଡୀ ମହାଯଜ୍ଞ ଓ ବାସନ୍ତୀକ ନବଦୁର୍ଗା ପୂଜାର ସଭାପତି ବିନେଶ କୁମାର ଗହିରଙ୍କ ସୂଚନା ଅନୁସାରେ ନଅ ଦିନ ଧରି ପୂଜା ଅନୁଷ୍ଠିତ ହେବ।