ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦୨୪-୨୫ ଶିକ୍ଷା ବର୍ଷ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା ଶ୍ରୀଯୁକ୍ତ ଅଜୟ କୁମାର ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦ୍ୟାଳୟ ର ସାମଗ୍ରିକ ବିକାଶ ପାଇଁ ଶିକ୍ଷକ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ l ଦେଶଫାଲ ମହୋତ୍ସବ କମିଟି ର ସଭାପତି ଶ୍ରୀଯୁକ୍ତ ପଦ୍ମଲୋଚନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରି କୁମାରକେଳି ର ଇତିହାସ ଏବଂ ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଏହାର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବେ ମହଦା ସରପଞ୍ଚ ଶ୍ରୀମତୀ ଆନନ୍ଦିନୀ ଶତପଥୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା ଶ୍ରୀ ମୁକେଶ ଭୋଇ, ସମାଜସେବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଶତପଥୀ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ରଞ୍ଜନ ପଧାନ ଯୋଗଦାନ କରିଥିଲେ l ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଦାନ ଶିକ୍ଷକ ଶ୍ରୀଯୁକ୍ତ ଲଷ୍ମୀନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିଲେ l ସ୍ୱାଗତ କରିଥିଲେ କୁମାରକେଳି ର ସହକାରୀ ଶିକ୍ଷକ ଅଚ୍ୟୁତ ରଣା, ବିବରଣୀ ପଠନ କରିଥିଲେ ହୃଷିକେଶ ଚାନ୍ଦ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ବିଶ୍ୱ ବନ୍ଦିତା ମହାପାତ୍ର l ଏଇ ଉତ୍ସବ ରେ ଶିକ୍ଷକ ଡ଼ ଅନିରୁଦ୍ଧ କୁରୁକୁରିଆ ଙ୍କୁ ଭୀମଭୋଇ ସାଧକ ସମ୍ମାନ, ଅଧ୍ୟାପକ ଶ୍ରୀଯୁକ୍ତ ଯଜ୍ଞଶ୍ୱର ବିଶି ଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ, କଣ୍ଠଶିଳ୍ପୀ ପୀତବାସ ଶତପଥୀ ଙ୍କୁ ଭୀମଭୋଇ ଯୁବ କଣ୍ଠଶିଳ୍ପୀ ସମ୍ମାନ ଏବଂ ସିୟା ଖଣ୍ଡହତା କୁ ଭୀମଭୋଇ ସେବା ସମ୍ମାନ ରେ ସମ୍ମାନିତ କରା ଯାଇଥିଲା l ବିଦ୍ୟାଳୟ ର ପୁରାତନ ଶିକ୍ଷକ ଶ୍ରୀଯୁକ୍ତ ମଧୁସୂଦନ ପଣ୍ଡା, ଶ୍ରୀଯୁକ୍ତ ଲାଲମୋନି ଚାନ୍ଦ, ଶ୍ରୀଯୁକ୍ତ ନୀଳାଞ୍ଚଳ ବେହେରା, ଶ୍ରୀଯୁକ୍ତ ଶିବ ପ୍ରସାଦ ଖମାରୀ, ଶ୍ରୀଯୁକ୍ତ ବାମଦେବ ମେହେର, ଶ୍ରୀଯୁକ୍ତ ଶଙ୍କର୍ଷଣ ପୁଜାହାରୀ, ଶ୍ରୀଯୁକ୍ତ ଦେବକାନ୍ତ ପଧାନ ଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ବିଦ୍ୟାଳୟ ପ୍ରତି ତାଙ୍କରି ଅବଦାନ ର ସ୍ମୃତି ଚାରଣ କରା ଯାଇଥିଲା l ଶିକ୍ଷକ ଶିବରାମ ଚାନ୍ଦ ଓ ନରେନ୍ଦ୍ର ନାଗ ଙ୍କ ସହାୟତା ରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଗଣତନ୍ତ୍ର ପ୍ରତିଷ୍ଠା ତଥା ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଦାୟିତ୍ୱ ତୁଲାଉଥିବା ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକସ ମିଡ଼ିଆ ର ଯୁବ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ବିଦ୍ୟାଳୟ ରେ ଶିକ୍ଷକ ଙ୍କ ଅଭାବ ର ପ୍ରତିପୂରଣ ପାଇଁ ବିନା ପାରିଶ୍ରମିକ ରେ ଶିକ୍ଷା ଦାନ କରୁଥିବା ସରୋଜ ସେଠି, ଫିରୋଜ ବେହେରା ଏବଂ ଅଙ୍କିତା ପଧାନ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବାବେଳେ କଣ୍ଠଶିଳ୍ପୀ ସୁରୁବାବୁ ତ୍ରିପାଠୀ, ପାରାୟଣ ଗାୟିକା ଅର୍ଚନା ତ୍ରିପାଠୀ, ସୃତି ସାଗରିକl ନାୟକ, ଚିତ୍ରକର ପ୍ରଭାସ ମେହେର, ପ୍ରତ୍ୟୁଷ ମେହେର,ସଙ୍ଗୀତଜ୍ଞ ଅଜିତ ବାରିକ ଙ୍କୁ ସମ୍ମାନିତ କରା ଯାଇଥିଲା l ବିଦ୍ୟାଳୟ ର ପ୍ରାଚୀର ପତ୍ର ” ମହକ ” କୁ ମୁଖ୍ୟ ଅତିଥି ଙ୍କ କର କମଳ ରେ ଉନ୍ମୋଚନ କରାଯାଇଥିଲା l ନୃତ୍ୟ ନିର୍ଦେଶକ ସାମିଲ ପ୍ରସାଦ ଦାଶ ଙ୍କ ନିର୍ଦେଶନା ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରି ବିଳମ୍ବିତ ରା଼ତ୍ରୀ ଯାଏ ଦର୍ଶକ ଙ୍କୁ ବାନ୍ଧିରଖି ପାରିଥିଲେ l ଶିକ୍ଷକ ଜଗଦୀଶ ଦାଶ, ଦିଲ୍ଲୀପ ପଣ୍ଡା, ଦୋଳ ଗୋବିନ୍ଦ ପଣ୍ଡା, ପ୍ରାଣବନ୍ଧୁ ସାହୁ, ସତ୍ୟ ନାରାୟଣ ମେହେର, ଭରତ ହରିପାଲ, ପରିଚାଳନା କମିଟି ସଦସ୍ୟ ବିନୋଦ ମହାପାତ୍ର, ଗୌତମ ଭୋଇ, ପ୍ରମୋଦ ବେହେରା, ବନମାଳୀ ପଧାନ, ପଙ୍କଜ ପଧାନ, ତରଣୀ ପଧାନ, କୁମାର ଖୁରା ଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ l