ସୋନପୁର ବାଇଗନଜୁରୀରେ ବ୍ରଜ ଭୂମି ଦନ୍ତ ଚିକିତ୍ସାଳୟର ଶୁଭ ଉଦ୍ଘାଟନ

ଯୋଗଦେଲେ ପୁରୀ ରାମଜୀ ମଠ ର ମହନ୍ତ ଓ ଅତିରିକ୍ତ ଶାସନ ସଚିବ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ବାଇଗନଜୁରୀ ଭବାନୀ ମେଡିକାଲ୍ ଓ ହାଇଟେକ୍ ପଲି କ୍ଲିନିକ୍ କ୍ୟାମ୍ପସ ଠାରେ ବ୍ରଜ ଭୂମି ଦନ୍ତ ଚିକିତ୍ସାଳୟର ଶୁଭାରମ୍ଭ ହୋଇଯାଇଛି। ଡ଼କ୍ଟର ଆର୍ତ୍ତତ୍ରାଣ ବାବୁଙ୍କ ପରିବାରର ମୁଖ୍ୟ ଶ୍ରୀ ବ୍ରଜମୋହନ ବାବୁ ଓ ପୁରୀ ଶ୍ରୀ ରାମଜୀ ମଠର ମହନ୍ତ ଶ୍ରୀ ବଂଶୀଧର ଦାଶଜୀ ମହାରାଜ ଏହାକୁ ଶୁଭ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଏହାର ସଫଳତା କାମନା କରିଥିଲେ। ଡ଼. ଆଭାସ ରଞ୍ଜନ ବାବୁଙ୍କ ତତ୍ୱାବଧାନରେ ଅନୁଷ୍ଟିତ ଭବାନୀ ମେଡିକାଲ୍ ପ୍ରୋପାଇଟର ସୌମ୍ୟ ରଂଜନ ଦେହୁରୀ ଓ ହାଇଟେକ୍ ପଲି କ୍ଲିନିକ୍ ପ୍ରୋପାଇଟର ସୋମ ପ୍ରକାଶ ରୋସନ୍ କେଶରୀ ପଣ୍ଡାଙ୍କ ମିଳିତ ସହଯୋଗରେ ଏକ ଉଦଘାଟନୀ ସଭା ଅନୁଷ୍ଟିତ ହୋଇଥିଲା। ଆଇନଜୀବୀ ପ୍ରଦୀପ ପୁରୋହିତ ଏହାକୁ ସଂଯୋଜନା କରି ଯଶସ୍ଵି ସମାଜସେବୀ ଡ଼ା. ଆଭାସ ରଞ୍ଜନ ବାବୁ ଲୋକଙ୍କ ଉତ୍ତମ ଚିକିତ୍ସା ମାଧ୍ୟମରେ ବାବୁ ପରିବାରର ଆହୁରି ଯଶ କୀର୍ତ୍ତି ବୃଦ୍ଧି କରିବାକୁ ପରାମର୍ଶ କରିଥିଲେ ଓ ଏହି ଅନୁଷ୍ଠାନର ଉତ୍ତୋରତର ଶୁଭକାମନା କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସମାଜସେବୀ, ସାଧୁ ସନ୍ଥ ତଥା ଯୋଗାଳୟର କର୍ମକର୍ତା ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.