ଖଡ଼ିଆଳ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଖୁବ୍ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିମଳା ସରୋଜିନୀ ସିଂ ଯୋଗ ଦେଇ ମହିଳା ଶିକ୍ଷା ଦ୍ଵାରା ସମାଜରୁ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ଦୂରୀଭୂତ ହେଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗବେଷକ ଫଣୀନ୍ଦମ୍ ସିଂ ଦେଓ ଶିକ୍ଷା ପ୍ରତି ଆଗ୍ରହୀ ମହୀୟସୀ ମହିଳାଙ୍କ ଉଦାହରଣ ଦେଇ ଛାତ୍ରୀମାନଙ୍କୁ ଶିକ୍ଷା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ପ୍ରଥମ ମ୍ୟାଟ୍ରିକ୍ ବ୍ୟାଚ୍ ଛାତ୍ରୀ ଲକ୍ଷ୍ମୀ ବାରିକ, ପରିଚାଳନା କମିଟି ଅଧ୍ୟକ୍ଷ ନରୋତ୍ତମ ଠାକୁର, ଉଜ୍ଜ୍ୱଳ ଗୁପ୍ତା ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଯୋଷୀଙ୍କ ସଭାପତିତ୍ବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା। ଶିକ୍ଷୟିତ୍ରୀ ସୁନିତା ରଥ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଣବ କୁମାର ପାତ୍ର ବିବରଣୀ ପାଠ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୁନିତା ରଥ ଓ ଜ୍ୟୋତିର୍ମୟୀ ପୋଢ଼, ଶିକ୍ଷକ ମାନସ ରଞ୍ଜନ ସାହୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ସଂଗୀତ,ଏକକ( ଓଡିଶୀ )ଓ ଦଳଗତ ନୃତ୍ୟ ‌‌(ସମ୍ବଲପୁରୀ,ଦେଶପ୍ରେମ,ଭଜନ ଓ ବିହୁ) ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଛାତ୍ରୀମାନଙ୍କ ପ୍ରତିଭା ଚୟନ କରି ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ସପନ କୁମାର ବାରିକ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ବେହେରା ଓ ଶିକ୍ଷକ ମାନସ ରଞ୍ଜନ ସାହୁଙ୍କ ଦ୍ବାରା ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଦାୟିତ୍ବରେ ଶିକ୍ଷକ ରୁଦ୍ରାକ୍ଷ ବିଶି, ମଞ୍ଜୁଶା ମଞ୍ଜରୀ ଜଗତ, କୃପାସିନ୍ଧୁ ମେହେର, ଅଙ୍କିତ ପାଣିଗ୍ରାହୀ, ଦୁଲ୍ଲଣୀ ସାହୁ, ପ୍ରଦୀପ ପଣ୍ଡା, କର୍ମଚାରୀ ମାନସ ମୁଣ୍ଡ, ପ୍ରତାପ ବାଗ,ପାର୍ଥ ଖମାରୀ, ପରିପ୍ରିୟା ରାଉତ,ବିଜୟ ନାଇଡ଼ୁ ଓ ଗାଇଡ଼୍ ଛାତ୍ରୀଗଣ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ପୁରାତନ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ଛାତ୍ରୀଗଣ, ଅଭିଭାବକ ଓ ଅଭିଭାବିକା ଉତ୍ସବକୁ ମନଭରି ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.