ରୁପ୍ରାରୋଡ ଦେବସର ଧାମରେ ଆରମ୍ଭ ହେଲା ୭୨ ପ୍ରହର ଅଖଣ୍ଡ ନାମ ଯଜ୍ଞ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଦେବସର ଧାମ ଦୁର୍ଗା ମନ୍ଦିରରେ ଚୈତ୍ର ନବରାତ୍ର ଉପଲକ୍ଷେ ମାର୍ଚ୍ଚ ୩୦ ରବିବାର ଠାରୁ ୭୨ ପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଛି। ଏହା ପୂର୍ବରୁ ଶନିବାର ଅଧିବାସ ଓ ସନ୍ଧ୍ୟାରେ ଏକ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସାନ୍ଦୁଲ ନଦୀରୁ ୨୧୦୦ କଳସରେ ଜଳ ଧରି ମହିଳାମାନେ ଯଜ୍ଞ ମଣ୍ଡପକୁ ଆଣି ସ୍ଥାପନ କରିଥିଲେ। ରବିବାର ସକାଳୁ ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇଛି। ଏହା ଅପ୍ରେଲ ୮ ତାରିଖ ପର୍ଯ୍ୟନ୍ତ କ୍ରମାଗତ ଭାବେ ଚାଲିବ। ପଣ୍ଡିତ ଉପେନ୍ଦ୍ର କୁମାର ପଣ୍ଡା ନାମ ଯଜ୍ଞର ମୁଖ୍ୟ ପୂଜକ ଦାଇତ୍ୱ ନିର୍ବାହ କରୁଛନ୍ତି। ଦେବସର ଧାମ ଟ୍ରଷ୍ଟ ଅଧ୍ୟକ୍ଷ ମୁଲଚନ୍ଦ ଅଗ୍ରୱାଲ, ଅଧ୍ୟକ୍ଷ ଗୋବିନ୍ଦ ରାମ ଅଗ୍ରୱାଲ, କମିଟିର ଉପାଧ୍ୟକ୍ଷ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ପାଦକ ପ୍ରଦୀପ କୁମାର ଅଗ୍ରୱାଲ, ସହ ସମ୍ପାଦକ ଶ୍ୟାମସୁନ୍ଦର ଶର୍ମା ପ୍ରମୁଖଙ୍କ ତତ୍ବାବଧାନ ଏବଂ ରୁପ୍ରାରୋଡ ଗ୍ରାମବାସୀଙ୍କ ସହଯୋଗରେ ଏହି ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.