ଦେବଗିରି ମଠରେ ଚୈତ୍ର ନବରାତ୍ର ଆରମ୍ଭ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ଦେବଗିରି ମଠରେ ଆରମ୍ଭ ହୋଇଛି ଚୈତ୍ର ନବରାତ୍ର। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଭଗବତ ସ୍ବାମୀ ଦେବଗିରି ମଠ ରାଜ୍ୟର ଏକ ପ୍ରାଚୀନ ଶକ୍ତି ପୀଠ ହୋଇଥିବାରୁ ଏହା ସାଧକ ମାନଙ୍କ ପାଇଁଁ ଯଥେଷ୍ଟ ଗୁରୁତ୍ବ ବହନ କରେ। ଦେବଗିରି ଗୁମ୍ଫା ମଧ୍ୟସ୍ଥ ଦେବୀ ଚଣ୍ଡିଙ୍କ ଆସ୍ଥାନ ସମ୍ମୁଖରେ ରବିବାର ସକାଳୁ ପୂର୍ଣ୍ଣ କଳସ ସ୍ଥାପନ ସହ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରି ପୂଜାରମ୍ଭ କରିଛନ୍ତି ମଠର ପୂଜକ ସନ୍ତୋଷ ପାଢ଼ୀ। ବୈଦିକ ବିଧାନ ଅନୁସାରେ ଦେବୀଙ୍କର ଚୈତ୍ର ନବରାତ୍ର ଚାଲିଛି। ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ଏହି ନବରାତ୍ର ଆରମ୍ଭ ହୋଇଛି। ଏଠାରେ ଦୂର ଦୂରଦୂରାନ୍ତରୁ ଅନେକ ସାଧକ, ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଦେବୀଙ୍କ ଆରଧନାରେ ମୁଖରିତ ହୋଇ ଉଠିଛି ଦେବଗିରି ମଠ। ଚୈତ୍ର ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗା ଯଥା; ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀଙ୍କ ପୂଜା ଅନୁଷ୍ଠିତ ହେବ ବୋଲି ଦେବଗିରି ମଠ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସୂଚନା ରହିଛି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.