ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ବଡମାଳରେ ଥିବା ଗୋଳାବାରୁଦ କାରଖାନାରେ ଅଗ୍ନିକାଣ୍ଡ। ସୂଚନା ଅନୁସାରେ କାରଖାନା ଭିତରେ ଥିବା ୟୁନିଟ ୬ ର ଜଣେ କର୍ମଚାରୀ ଗୋଳାବାରୁଦ ନିର୍ମାଣ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ କର୍ମଚାରୀ ଜଣକ ଗୁରୁତର ହୋଇଥିବା ମଧ୍ୟ ସୂଚନା ମିଳୁଛି। ଗୁରୁତର କର୍ମଚାରୀ ଜଣକ ହେଲେ ଶିବଶଙ୍କର ଭୋଇ। ତାଙ୍କୁ ପ୍ରଥମେ ବଡ଼ମାଳ ହସ୍ପିଟାଲକୁ ଅଣାଯାଇ ବର୍ତ୍ତମାନ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି।