ଆସ ବହିଟିଏ କିଣିବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଓଡ଼ିଆ ପକ୍ଷ ପାଳନର ନବମ ଦିନରେ ଆଜି ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନ’କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ “ଆସ ବହିଟିଏ କିଣିବା ” ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆହ୍ବାନ କ୍ରମେ ଆଜି ଶତାଧିକ ସଂଖ୍ୟାରେ ନାଗରିକ ଓ ବ୍ୟକ୍ତି ବିଶେଷ ବହି ଦୋକାନ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକ କିଣିବା ପାଇଁ କରା ଯାଇଥିବା ବ୍ୟବସ୍ଥାରେ ପୁସ୍ତକ ପ୍ରେମୀ ମାନେ ପୁସ୍ତକ କିଣିଥିଲେ।

ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ” ଆସ ବହିଟିଏ କିଣିବା ” ଆମ ମାତୃଭାଷା ଆମ ସ୍ବାଭିମାନ’କୁ ବଳବତ୍ତର ରଖିବା ପାଇଁ ଓଡ଼ିଆ କବି , କବୟିତ୍ରୀ , ପ୍ରାବନ୍ଧିକ ଓ ଲେଖକ ମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଆ ରେ ନୂତନ ସୃଷ୍ଟି ର ଆବିଷ୍କାର ସହ ନୂତନ ପାଠକ ଓ ପାଠିକା ନିର୍ମାଣ କରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବାରେ ସହାୟକ ହେବା ବୋଲି ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ ।

ଏହି ଅଭିଯାନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେବା ସହ ବିଭିନ୍ନ ପ୍ରକାରର ପୁସ୍ତକ କିଣିଥିଲେ ।

ଅନ୍ୟ ପକ୍ଷରେ ଆଜି ଏହି କ୍ରମରେ ଅନେକ ଲୋକ ବହି ଦୋକାନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଓଡ଼ିଆ ଭାଷାର ପ୍ରକାଶିତ ସାହିତ୍ୟ , ଇତିହାସ ,ବିଭିନ୍ନ ପୋଥି ସହ ବିଶେଷ କରି ଓଡ଼ିଆ ଭାଷାର ଧର୍ମୀୟ ସାହିତ୍ୟ , ଭାଗବତ , ରାମାୟଣ ଓ ମହାଭାରତ ସହ ଜ୍ଞାନ ବିଜ୍ଞାନ ପୁସ୍ତକସବୁ ପୁସ୍ତକପ୍ରେମୀ କିଣିଥିବା ଲକ୍ଷ୍ୟ କରା ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.