ଟିଟିଲାଗଡରୁ ନକଲି ନୋଟ ଜବତ, ୨ ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ଗୋକୁଳା ନନ୍ଦ ବଗର୍ତ୍ତୀ): ଟିଟିଲାଗଡରୁ ପୁଣି ନକଲି ନୋଟ ଜବତ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଭୁବନେଶ୍ୱର ଏସଟିଏଫ ଟିମ ଓ ଟିଟିଲାଗଡ ପୋଲିସ କୌଣସି ଏକ ସୂତ୍ରରୁ ଖବର ପାଇଁ ଟିଟିଲାଗଡ ଥାନା ସିକୀର ରାସ୍ତାରେ ଦୁଇଜଣ ବ୍ୟକ୍ତି ଏକ ବ୍ୟଗରେ ନକଲି ନୋଟ ରଖି ଏକ ପାର୍ଟି କୁ ଅପେକ୍ଷା କରିଥିବା ସମୟରେ ମାଡ଼ି ବସିଥିଲେ। ବ୍ୟାଗ ଭିତରୁ ୪୯ ହଜାର ଟଙ୍କାର ଜାଲ ନୋଟ ଜବତ କରିବା ସହ ଏହି ଘଟଣାର ମାଷ୍ଟର ମାଇଣ୍ଡ ମହମ୍ମଦ ସବିର ସମେତ ନେତ୍ର ରାଉତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ ଏସଡିପିଓ ଯୋଶବନ୍ତ ପଧାନି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.