ସ୍କୁଲ୍ ଭେନ୍ ଦୁର୍ଘଟଣାଗ୍ରସ୍ତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପାଇକ କେନ୍ଦୁ ମୁଣ୍ଡି ଠାରେ ମୁଖିଗୁଡା ଭେଙ୍କଟେଶ୍ବର ଇଂରାଜୀ ମିଡିୟମ ବିଦ୍ୟାଳୟର ଭେନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପ୍ରାପ୍ତ ସୁଚନା ଅନୁସାରେ ମୁଖିଗୁଡା ଭେଙ୍କଟେଶ୍ବର ଇଂରାଜୀ ମିଡିୟମ ବିଦ୍ୟାଳୟର ଭେନ ପ୍ରତିଦିନ ଛାତ୍ରଛାତ୍ରୀ ମାନଙ୍କୁ ପାଇକ କେନ୍ଦୁ ମୁଣ୍ଡି ରୁ ନେବା ଆଣିବା କରିଥାଏ। ଆଜି ସକାଳେ ଛାତ୍ରଛାତ୍ରୀ ମାନଙ୍କୁ ଆଣିବା ସମୟରେ ଭେନଟି ଭାରସାମ୍ୟ ହରାଇ ବିଳ ଭିତରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦା ଦୁର୍ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ସ୍ଥଳରେ ଜୟପାଟଣା ଅଗ୍ନି ଶମ ବାହୀନି ପହଞ୍ଚି ଉଦ୍ଧାର କରିଥିବା ସୁଚନା ମିଳିଛି। ତେବେ ସଦ୍ୟ ପ୍ରାପ୍ତ ସୂଚନା ଅନୁସାରେ ଭେନର ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବାରୁ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.