ଓଡିଆ ପକ୍ଷ ପାଳନ ତ୍ରୟୋଦଶ ଦିନ; ଆମ ରୁଚି ଆମ ଖାଦ୍ୟ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ପରମ୍ପରା କୁ ବଜାୟ ରଖିବା ପାଇଁ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ଆଜି ସୁବର୍ଣ୍ଣପୁର ପୌର ପରିଷଦ ଠାରେ ମହା ସମାରୋହରେ ପାଳିତ ହୋଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସର ରେ ଆୟୋଜିତ ଏହି ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ *ଆମ ରୂଚି ଆମ ଖାଦ୍ୟ* ପାଳନ କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ, ଉପଜିଲ୍ଲାପାଳ ଡ.ସୌମ୍ୟାରୁପା ରଥ ଅତିଥି ଭାବରେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ୠଷି ମାଝୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନଙ୍କ ତତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସ୍ୱଚ୍ଛ ଭାରତ ସଂଗଠନଙ୍କ ସମେତ ସହରର ସମସ୍ତ ମିଡ଼ିଆ ଓ ବୁଦ୍ଧିଜୀବୀ , ପ୍ରଶାସନିକ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ସ୍ଵଂୟ ସହାୟିକା ଗୋଷ୍ଠୀ ମହିଳାଙ୍କ ପ୍ରସ୍ତୁତି ସୁସ୍ବାଦୁ ଖାଦ୍ୟର ସ୍ଵାଦ ପରଖିଥିଲେ। ସତ୍ୟସାଇ ମହିଳା ଗୋଷ୍ଠୀ ନୂଆପଡ଼ା, ଜୟ ମା ବନଦୁର୍ଗା ସ୍ପିନିଂ ମିଲ ଡି କଲୋନୀ, ନରସିଂହ ବାବା ଗ୍ରୁପ୍ ମହିଳା ବଡ଼ବଜାର, ଶୁଭ ଲକ୍ଷ୍ମୀ ଗ୍ରୁପ ମହିଳା ତରିଆପଡ଼ା, ମା ମଙ୍ଗଳା ଓ ଜୟ ଜଗନ୍ନାଥ ଗୋଷ୍ଠୀ ମହିଳା ମଝିପଡ଼ା, ସମ୍ପୂର୍ଣ୍ଣା ଗ୍ରୁପ ମହିଳା ଶାନ୍ତିନଗର, ଗଙ୍ଗା ଯମୁନା ଗୋଷ୍ଠୀ ଖଦାଳପଡ଼ା ପ୍ରମୁଖ ସମସ୍ତ ମହିଳା ମାନେ ପାରମ୍ପାରିକ ସୁସ୍ଵାଦୁ ଖାଦ୍ୟ ଚାଉଳ ପୋଡ ପିଠା, ଆରିସା ପିଠା, ଚାଉଳ ବରା, ଚକୁଳି, ସିଝା ମଣ୍ଡା, ମୁଗ, ଚାଉଳ, ସୁଜି ମଣ୍ଡା, ଇଟିଲି, ଗଇଁଠା ପିଠା, ମୁଗ ବରା, ଫେଣି, କାକରା, ଦୁଦୁରା, ମାଣ୍ଡିଆ ପିଠା, କରୁଟ, ପ୍ରଭୁତିର ଖାଦ୍ୟ ପ୍ରସ୍ତୁତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.