ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ଓଡ଼ିଆ ନବବର୍ଷ ପାଳିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଆଜି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କେଉଟ ସାହି ସ୍ଥିତ ଓଡିଶା ନଲେଜ କର୍ପୋରେସନ ଅଧିକୃତ କଂପ୍ୟୁଟର ଶିକ୍ଷା କେନ୍ଦ୍ର ରେଖା ଡିଜିଟାଲ ଇଡି କାର୍ଯ୍ୟାଳୟରେ ଠାରେ ବିଷୁବ ମିଳନ ତଥା ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି କାର୍ଯ୍ୟକ୍ରମ-୨୦୨୫ ମହା ସମାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ ନାଚ ଗୀତ ଓ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସଭାରେ ପ୍ରଥମେ ଶ୍ରୀମତୀ ଚିନ୍ମୟୀ ପଣ୍ଡା ଅତିଥି ମାନଙ୍କୁ ମଞ୍ଚ କୁ ଆବାହନ କରିବା ସହିତ ସ୍ବାଗତ ଭାଷଣ ପରିବେଷଣ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇ ଆକାଂକ୍ଷା ମହିଳା ସଙ୍ଗଠନ ର ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର ଙ୍କ ଅଧ୍ୟକ୍ଷତା ରେ ସଭା ପରିଚାଳନା ହୋଇଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କୁମୁଦିନୀ ଭୁକ୍ତା, ମୁଖ୍ୟ ବକ୍ତା ଶ୍ରୀ ଦେବାର୍ଚ୍ଚନ ମିଶ୍ର , ସମ୍ମାନିତ ଅତିଥି ମନୋଜ କୁମା ର ପଣ୍ଡା , ଶ୍ରୀମତୀ କ୍ଷୀରାବ୍ଧୀ ତନୟା ପଣ୍ଡା , ଉପଦେଷ୍ଟା ସ୍ଵର୍ଣ୍ଣ ପ୍ରଭା ପାଠୀ , ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଓଡ଼ିଆ ନବବର୍ଷ ତଥା ବିଷୁବ ମିଳନ ଓ ପଣା ସଂକ୍ରାନ୍ତି ପାଳନର ତାତ୍ପର୍ଯ୍ୟ ସଂପର୍କ ରେ ଆଲୋକପାତ କରିଥିଲେ ।

ଏହାର ମୂଳ ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ସକାଳ ନୂତନ କରିବାର ସମୟ । ସେହି ପରି ନୂତନ ବର୍ଷ କୁ ସ୍ବାଗତ ଜଣାଇ , ସମସ୍ତ ଦୁଃଖ କଷ୍ଟ କୁ ଭୁଲି ନୂତନ ଆଶା ଆକାଂକ୍ଷା କୁ ନେଇ ଆଗକୁ ବଢିବା ପାଇଁଁ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରା ଯାଇଥିଲା ।
ଏହି ଅବସରରେ ସଂଗଠନ ପକ୍ଷରୁ ସୁଶ୍ରୀ ପାଲକା ଅଶ୍ଵିନୀ ଙ୍କୁ ଆକାଂକ୍ଷା ସମ୍ମାନ ରେ ସମ୍ମାନିତ କରା ଯାଇଥିଲା। ନୃତ୍ୟ ପରିବେଷଣ କ୍ଷେତ୍ର ରେ ସାଇ ସ୍ନିଗ୍ଧା ପଟ୍ଟନାୟକ ଏବଂ କେ. ବୈଷ୍ଣବୀ ଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା।

ପରବର୍ତ୍ତୀ ସମୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରୀମତୀ ବବିତା ପୁରୋହିତ ଙ୍କ ଦ୍ୱାରା କବିତା ସଂଯୋଜନା କରା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅଞ୍ଜନା ଦାସ , ରେଣୁବାଳା ବେହେରା , କେ .ପୂଜା ସୁଜାତା ବେହେରା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ସମସ୍ତଙ୍କୁ ପଣା ପରିବେଷଣ କରା ଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତଙ୍କୁ କବିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.