ସରକାରୀ ପ୍ରାଥମିକ ବିଦ୍ୟାଳୟ ମନସ୍କାରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ସରକାରୀ ପ୍ରାଥମିକ ବିଦ୍ୟାଳୟ ମନସ୍କା ଠାରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଞ୍ଜିଗଡ଼  ସୁଢଳଦେବ ମୁଣ୍ଡ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭବାନୀପାଟଣା ହୃଷୀକେଶ ନାଏକ, ସମ୍ମାନିତ ଅତିଥି ଭାବେ ଅନିଲ କୁମାର ତ୍ରିପାଠୀ, ସିଆରସିସି ଭଟାଙ୍ଗପଦର ମନୋଜ କୁମାର ସାହୁ, ରିଶିଗ୍ରାମ ସିଆରସିସି ବୈକୁଣ୍ଠ ବେମାଲ, ଗୋଲାମୁଣ୍ଡା ବ୍ଲକ ରିସୋର୍ସପର୍ସନ ତୁଷାର ମହାନନ୍ଦ ଏବଂ ଧନୁର୍ଜ ହାଇସ୍କୁଲର ସଂସ୍କୃତ ଶିକ୍ଷକ ସୁଧାଂଶୁ ଶେଖେର ସା ଯୋଗଦାନ କରିଥିଲେ। ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ କୁମାର ସଭାପତିତ୍ବ କରିବା ସହ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲ। ଗ୍ରାମର ପ୍ରଥମ ମାଟ୍ରିକୁଲେଟ୍ ଦୁଇ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସୁଶାନ୍ତ ନାଏକ, ସ୍ମୃତିରଞ୍ଜନ ରଥ, ଶଶୀଭୂଷଣ ବାଣୁଆ, ମାନସ ବିଶି ପ୍ରମୁଖ ଶିକ୍ଷକ ଯୋଗଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଓ ଜନସାଧାରଣଙ୍କ ସମାଗମରେ କାର୍ଯ୍ୟକ୍ରମ ମନଛୁଆଁ ହୋଇପାରିଥିଲା। ଶେଷରେ ସହଶିକ୍ଷକ ଲକ୍ଷ୍ୟ ପ୍ରସାଦ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.