କିଶୋର ବାଳିକା ମାନଙ୍କ ଦକ୍ଷତା ବୃଦ୍ଧି ଓ ନେତୃତ୍ଵ ବିକାଶ ଉପରେ ତାଲିମ୍

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ସୋନପୁର ଜିଲ୍ଲାର ସମସ୍ତ ବ୍ଲକର କିଶୋରୀ ଝିଅ ମାନଙ୍କର ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ଏବଂ ନେତୃତ୍ୱ ର ବିକାଶ ଉପରେ ସୋନପୁର ବ୍ଲକ ମିଶନ ଶକ୍ତି ଭବନ ଠାରେ ଦୁଇ ଦିନିଆ କର୍ମଶାଳା ଶୁଭାରମ୍ଭ ହୋଇଯାଇଛି। ଏହି କର୍ମଶାଳା ରେ ବି.ଏମ.ପୁର ବ୍ଲକ, ଡୁଙ୍ଗୁରିପାଲି ବ୍ଲକ ଏବଂ ବିନକା ବ୍ଲକ ର ମୋଟ ୫୦ ଜଣ ଝିଅ ଅଂଶ ଗ୍ରହଣ କରିଥିଲେ ଏବଂ ଆସନ୍ତା କାଲି ତା ୨୫/୦୪/୨୫ ରିଖ ଦିନ ସୋନପୁର, ଉଲୁଣ୍ଡା, ତରଭା ବ୍ଲକ ରୁ ମୋଟ ୫୦ ଜଣ ଝିଅ ଅଂଶଗ୍ରହଣ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଶୁଭ ଉଦଘାଟନ କରିଥିଲେ ଏବଂ କିଶୋରୀ ଝିଅ ମାନଙ୍କ ଉଜ୍ୱଳ ଭବିଷ୍ୟତ, ଦକ୍ଷତା ବୃଦ୍ଧି ଓ ଆତ୍ମନିର୍ଭରଶିଳ ହେବା ପାଇଁ ଉଦବୋଧନ ଦେଇଥିଲେ। ଏହି ତାଲିମ ଶିବିର ରେ ୩ ଜଣ ପରାମର୍ଶ ଦାତା ଶିକ୍ଷାଦାନ କରିଥିଲେ। ଜିଲ୍ଲା ନିଯୁକ୍ତି ଅଧିକାରୀ ସଞ୍ଜୁ କୁମାରୀ ସାହୁ ନିଯୁକ୍ତି ଉପରେ ଶିକ୍ଷା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଶକ୍ତି କରଣ ଓ ଜୀବନ କୌଶଳ ଉପରେ ଶିକ୍ଷା ଓ ପଲିଟେକନିକ୍ କଲେଜ୍ ଅଧ୍ୟକ୍ଷ ଝିଅ ମାନଙ୍କ ଶିକ୍ଷା ସହ ବୈଷୟିକ ତାଲିମ ଓ ଶିକ୍ଷାଦାନ କରିଥିଲେ। ଶେଷରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାସନ୍ତୀ ଭୋଇ ତାଲିମ କାର୍ଯ୍ୟ ର ସୁପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.