‘ମାସ୍’ ପକ୍ଷରୁ ସମାଜସେବୀ ଯାଦବେଶ ମିଶ୍ରଙ୍କ ଜନ୍ମଦିନ ପାଳିତ

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲ୍ଲା ‘ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼’ର ସଦସ୍ୟ, ‘ଭରସା’ ସଂଗଠନର ସଂପାଦକ,’ମାସ୍’ର କାର୍ଯ୍ୟନିର୍ବାହୀ ସଦସ୍ୟ, ବିଶିଷ୍ଟ ସମାଜସେବୀ ଆଡ଼ଭୋକେଟ୍ ଯାଦବେଶ ମିଶ୍ରଙ୍କର ୫୪ତମ ଜନ୍ମଦିନ ‘ମାନବ ଅଧିକାର ସୁରକ୍ଷା ସଂସଦ’ (MASS) ପକ୍ଷରୁ ପାଳିତ ହୋଇଯାଇଛି । ଏହି ଜନ୍ମଦିନ ପାଳନ ଅବସରରେ ଆଜିମାବାଦସ୍ଥିତ ‘ବହିଘର’ ସଭାଗୃହରେ ୫ ତାରିଖ ସନ୍ଧ୍ୟାରେ ‘ମାସ୍’ର ସଭାପତି ଅଭୟ ଦାସଙ୍କ ସଭାପତିତ୍ବରେ ଏକ ଶୁଭେଚ୍ଛା ସଭା ଅନୁଷ୍ଠିତ ହୋଇଥିଲା। ଏହି ଶୁଭେଚ୍ଛାସଭାରେ ଯାଦବେଶଙ୍କ ମାଆ ତଥା ବାଲେଶ୍ବର ଜିଲ୍ଲା ୩୧ ନମ୍ବର ଜିଲ୍ଲା ପରିଷଦ ଜୋନର ପ୍ରାକ୍ତନ ସଦସ୍ୟା ଜୟନ୍ତୀ ମିଶ୍ରଙ୍କ ସମେତ ବିଶିଷ୍ଟ ଅଭିନେତା ତଥା ପ୍ରଯୋଜକ ଦେବ୍, ସମାଜସେବିକା ଆଶ୍ରିତା ତରେଇ, ଆଡ଼ଭୋକେଟ୍ ପ୍ରଦୀପ ଦାସ, ଅଭିନେତା ତଥା ଉଦ୍ୟୋଗୀ ରାଜେନ୍ଦ୍ର ରାଉତ୍, ‘ମାସ୍’ର ସଂପାଦକ ଦେବାଶିଷ ପଣ୍ଡା, କୋଷାଧ୍ୟକ୍ଷ ଦିଲ୍ଲୀପ ଦାସ, ଗୁରୁଦତ୍ତ ମିଶ୍ର, ବିଜୟ ଦାସ ଅଧିକାରୀ, ହରିପଦ ଭୂୟାଁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଞ୍ଜୁଲତା ବଳ, ପ୍ରଣିତା ମିଶ୍ର, ବିଦ୍ୟାଧର ନାୟକ,ପ୍ରତିମା ପଣ୍ଡା, ଅର୍ଚ୍ଚନା ନନ୍ଦୀ, ଚିତ୍ତରଞ୍ଜନ ଦାସ, ତରୁପ୍ରଭା ଦାସ, ଦିଲ୍ଲୀପ ପଣ୍ଡା, ଜଳଧର ମହାନ୍ତି, ଦେବବ୍ରତ କର, ମାନସ ରଞ୍ଜନ ରଥ ଓ ଲଳିତ ମୋହନ ଦାସ ପ୍ରମୁଖ ଯୋଗ ଦେଇ ଯାଦବେଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିବା ସହିତ ତାଙ୍କର ଦୀର୍ଘଜୀବନ କାମନା କରିଥିଲେ।ପ୍ରକାଶଯୋଗ୍ୟ ଯେ ‘ବହିଘରେ’ ଗତ ଏପ୍ରିଲ୍ ୨୩ ତାରିଖ ଠାରୁ ‘ସାରାବର୍ଷ ବହିମେଳା’ ଓ ‘ଘରେଘରେ ବହିଘର’ ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ ଏବେ ଜନ୍ମଦିନ ଶୁଭେଚ୍ଛା ଅଭିଯାନ ଆରମ୍ଭ ହୋଇଥିବା କଥା ଅଭୟ ଦାସ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.