ଅପରେସନ ସିନ୍ଦୁରର ସଫଳତା ନେଇ ନର୍ଲା ବିଜେପିର ବାଇକ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅପରେସନ ସିନ୍ଦୁରର ସଫଳତା ନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବିଜେପି ତରଫରୁ ଶୁକ୍ରବାର ଏକ ବାଇକ ର‌୍ୟାଲି ଅନୁଷ୍ଠିତ ହୋଇଯାଇଛି। ନର୍ଲା ମଣ୍ଡଳ ସଭାପତି ଶିବପ୍ରସାଦ ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ, ଜିଲ୍ଲା କୋର କମିଟି ସଦସ୍ୟ ମନ୍ମୟ (ଜିତୁ) ଚାନ୍ଦ, ବରିଷ୍ଠ କାର୍ଯ୍ୟକର୍ତ୍ତା ସରୋଜ ବୁଦ୍ଧିଆ, ଚିରଞ୍ଜିବୀ ଗୌଡିଆ, ଚିତ୍ତରଞ୍ଜନ ରଣା, ଲକ୍ଷ୍ମଣ ଦୀପ, ଗୋବିନ୍ଦ ଗଉଡ, ଜଗନ୍ନାଥ ଗଉଡ, ଦିଗାମ୍ବର ପୁଝାରୀ, ଧନୁର୍ଦ୍ଧର ସେନାପତି, ମୃଗରାଜ ନାଏକ, ଦଶରଥ ସାହୁ, ଭବାନୀ ସାହୁ, ପଦ୍ମ ବାଗଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଏହି ବାଇକ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ବାଇକ ର‌୍ୟାଲି ନର୍ଲା ଚାରିଛକରୁ ବାହାରି ସର୍ଗିଗୁଡା, ତୁଳାଗାଁ, ଉଲିସିର୍କା, ନର୍ଲା, ରେଗଡିମାଲରୁ ରେଖପୁର ଛକ ଦେଇ ପୁଣି ଆରମ୍ଭ କରିଥିବା ଚାରିଛକରେ ସମାପନ ହୋଇଥିଲା। ନର୍ଲା ବିଜେପି ପଦାଧିକାରୀ, କର୍ମକର୍ତ୍ତା ଓ କାର୍ଯ୍ୟକର୍ତ୍ତା ମାନେ ବାଇକରେ ତ୍ରୀରଙ୍ଗା ପତାକା ବାନ୍ଧି, ମିଶନ ସିନ୍ଦୁର ଜିନ୍ଦାବାଦ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ, ଭାରତୀୟ ସେନା ଜିନ୍ଦାବାଦ, ପାକିସ୍ଥାନ ମୁର୍ଦ୍ଦାବାଦ ପ୍ରଭୃତି ନାରା ଦେଇଥିଲେ। ଭାରତର ଶକ୍ତି, ଭାରତୀୟ ବୀର ଜବାନ ମାନଙ୍କ ସମ୍ମାନାର୍ଥେ ଓ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଶନ ସିନ୍ଦୁରର ସଫଳତା ଉଦ୍ଦେଶ୍ୟରେ ସାରା ଦେଶର ପ୍ରତ୍ୟେକ ବ୍ଲକରେ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଣୁ ଆମ ନର୍ଲା ମଣ୍ଡଳର କାର୍ଯ୍ୟକର୍ତ୍ତା ମାନେ ଆଜି ଆମ ଦେଶର ବୀର ସୈନିକ ମାନଙ୍କୁ ସମ୍ମାନ ଜଣାଇ ଓ ଏଥିରେ ସହୀଦ ହୋଇଥିବା ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆମର ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ବୋଲି ମଣ୍ଡଳ ସଭାପତି ଶ୍ରୀ ରଣା ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.