ବଳଦିଆମାଲ ଛକ ନିକଟରେ ଟ୍ରକ୍ ଦୁର୍ଘଟଣା, ଜଣେ ମୃତ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଆଜି ଶନିବାର ସକାଳ ୮ ଘଣ୍ଟା ସମୟରେ ଜୁନାଗଡ ନିକଟସ୍ଥ ବଳଦିଆମାଲ ଛକ ଠାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୭୦ ବର୍ଷ ବୟସ୍କ କଳ୍ପେଶ୍ଵର ମେହେରଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ସ୍ଥାନୀୟ ସୂଚନା ଅନୁଯାୟୀ, ମୃତକ କଳ୍ପେଶ୍ଵର ମେହେର ନିଜ ଦୋକାନ ଖୋଲିବା ପାଇଁ ଘରୁ ବାହାରିଥିଲେ। ଏହି ସମୟରେ ଭବାନୀପାଟଣାରୁ ଜୟପୁରକୁ ଯାଉଥିବା ଏକ ଟ୍ରକ୍ (TS08UE8838) ତାଙ୍କୁ ଧକ୍କା ଦେଇଥିଲା। ଧକ୍କାର ଘାତ ଏତେ ଭୟାନକ ଥିଲା ଯେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସମ୍ବନ୍ଧରେ ପୁଲିସ ତଦନ୍ତ ଆରମ୍ଭ କରିଛି ଏବଂ ଟ୍ରକ୍ ଚାଳକଙ୍କ ଖୋଜ ଜାରି ରହିଛି। ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜୁନାଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଏହି ଦୁର୍ଘଟଣା ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଅଛି ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.