ଧର୍ମଗଡ଼ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ପକ୍ଷରୁ ମହାତ୍ମା ଜ୍ୟୋତିବା ରାଓ ଫୁଲେଙ୍କ ଜୟନ୍ତୀ ପାଳନ

ଓଡିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ କଲ୍ୟାଣ ମଣ୍ଡପ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତିବା ରାଓ ଫୁଲେଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ମହାସଂଘର ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲିଙ୍ଗରାଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଦୁର୍ଗାପ୍ରସାଦ ନାଏକ, ପ୍ରକାଶ ନାଏକ, ପ୍ରମୋଦ ହଂସ, ବିରଞ୍ଚି ଜାଲ, ଗୋବର୍ଦ୍ଧନ ଶବର, ଏସ. ସୁଜାତା, ରାମସୁନ୍ଦର ମେହେର, ପବିତ୍ର ପଟେଲ, ରାଜେନ୍ଦ୍ର ଭୋଇ, ଚୈତନ୍ୟ ନାଏକ, ଉଦିତ ନାଏକ, ଲିଙ୍ଗରାଜ ଆଜାଦ, ଭବାନୀ ବଣିଆ, ଯତୀନ୍ଦ୍ର କର, ଡାକେଶ୍ୱର ଲହଜଲ, ରତନ ନାଏକ, ସତ୍ୟବାନ ନାଏକ, ଶ୍ୟାମ ମାଝୀ, ସୋମ୍ୟରଞ୍ଜନ ନାଏକ, ମୁନିଆ ସିପକା, ସରୋଜ ସୁନା, ସୁରେଶ ରାଓ, ଦୁର୍ଯ୍ୟୋଧନ ଜାଲ, କ୍ଷୀରସିନ୍ଧୁ ବୋଡ଼କିଆ, ନିର୍ମଳ ଜାଲ, ଚିତ୍ର ସେନ ଗୋପାଳ, ଅପରେଶ ସ୍ବାଇଁ, ଢଗ ନାଏକ, ଲୋକେଶ୍ୱର ପାରି, ଧନମତ ଛତ୍ରିଆ, ଗୁଣନିଧି ଶବର, ପାଟଯୋଶୀ ପଟେଲ, ଆଦି ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରଥମେ ଓବିସି, ଏସଟି, ଏସସି ସମାଜର କର୍ମକର୍ତ୍ତା ମାନେ ଧର୍ମଗଡ଼ ଗୋନ୍ତିଆ ଶ୍ୟାମ ସୁନ୍ଦର ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲା ପରେ ଏକ ରାଲିରେ ନୂତନ ବସଷ୍ଟାଣ୍ଡ ଠାରୁ ଚାରିଛକ ଆସି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ପରେ ବିଜୁ କଲ୍ୟାଣ ମଣ୍ଡପରେ ଜୟନ୍ତୀ ସଭା ଆୟୋଜିତ ହୋଇଥିଲା।
ଶିକ୍ଷକ ବେଣୁଧର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ, ଦିଗାମ୍ବର ଦୁରିଆ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଦେଶରେ ସରକାର ଯେତେବେଳେ ମନୁବାଦି ବ୍ୟବସ୍ଥାକୁ ଆହୁରି ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ସେତେବେଳେ ଓବିସି, ଏସଟି, ଏସସି ସମାଜର ଏକ ହେବାର ଆବଶ୍ୟକତା ଅଛି। ଜ୍ୟୋତିବା ଫୁଲେ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ ଫୁଲେ ଏହି ବହୁଜନ ସମାଜକୁ ସୁଧାରିବା ପାଇଁ ସମସ୍ତେ ଶିକ୍ଷିତ ହେବାକୁ କହୁଥିଲେ ଓ ନିଜେ ମହିଳା ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। ସତୀଦାହ ପ୍ରଥା ବିରୁଦ୍ଧରେ ଲଢ଼ିବା, ବିଧବା ବିବାହକୁ ପ୍ରୋତ୍ସାହନ କରିବା, ଜାତିପ୍ରଥା ବିରୁଦ୍ଧରେ ଲଢ଼ିବା, ଚାଷୀ ମାନଙ୍କ ସ୍ୱାର୍ଥ ସପକ୍ଷରେ ଲଢ଼ିବା ଫୁଲେଙ୍କ କୃତିତ୍ୱ ଥିଲା। ବର୍ତମାନର ସରକାରରେ ସରକାରୀ ଚାକିରୀ ଓ ଶିକ୍ଷାରେ ଏହି ତିନିବର୍ଗର ଲୋକଙ୍କୁ ତାଙ୍କ ଜନସଂଖ୍ୟା ଅନୁସାରେ ସଙ୍ଗରକ୍ଷଣ ମିଳୁ ନାହିଁ। ଶିକ୍ଷାର ଘରୋଇ କରଣ ବଢୁଛି। ମଣ୍ଡଳ କମିଶନଙ୍କ ସୁପାରିଶ ଲାଗୁ ହେଉନାହିଁ। ଫଳରେ ସମ୍ବିଧାନ ପ୍ରଦତ୍ତ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ମିଳୁ ନାହିଁ। ତେଣୁ ଆଗାମୀ ଦିନରେ ଜାତି ଜନଗଣନା ଦାବୀ କରିବା ସହିତ ମଣ୍ଡଳ କମିଶନଙ୍କ ସୁପାରିଶକୁ ଲାଗୁ କରିବା ପାଇଁ ମିଳିତ ଭାବେ ଏହି ତିନି ବର୍ଗର ଲୋକମାନେ ଜନ ଆନ୍ଦୋଳନ କରିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.