ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀ ନିର୍ବାଚନ: ମଜଦୂର ସଂଘ ବିଜୟୀ

ଓଡିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): କେନ୍ଦ୍ର ସରକାରଙ୍କ ଅଧୀନ ଗୋଳାବାରୁଦ କାରଖାନା ବଡ଼ମାଳରେ କାର୍ଯ୍ୟରତ କର୍ମଚାରୀଙ୍କ ନିର୍ବାଚନ ହୋଇଯାଇଛି। ଏଥିରେ କାରଖାନାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମଜଦୂର ସଂଘ ଓ ମିଲିତି ଭାବେ ବିପିଏମଏସ, କର୍ମଚାରୀ ସଂଘ ଓ ଆମ୍ବେଦକର ସଂଘ ଏକାଠି ହୋଇ ଲଢିଥିବା ବେଳେ ୭ ଟି ଆସନ ରୁ ୪ ଟି ଆସନରେ ମଜଦୂର ସଂଘ ବିଜୟୀ ହୋଇଥିଲା ଓ ୩ ଟି ଆସନରେ ମିଳିତ ସଂଘର ବିଜୟୀ ହୋଇଥିଲା। ମଜଦୂର ସଂଘର ବଂଶୀଧର ଭୋଇ, ନିମାଇ ଚରଣ ପଧାନ, ଚୁଲ ଚନ୍ଦ୍ର ବଚ୍ଛା ଓ ଜଗନ୍ନାଥ ଟୁଡୁ ବିଜୟୀ ହୋଇଥିବା ବେଳେ ଆସ୍ୱୀମିନି କୁମାର ପାଢ଼ୀ, ନରେନ୍ଦ୍ର କୁମାର ପଧାନ ଓ ଯୋଗେଶ କୁମାର ମେହେର ମିଳିତ ଦଳରୁ ବିଜୟୀ ହେଇଥିଲେ। ଏ ନେଇ କାରଖାନା ପରିସରରେ ବିଜୟୀ ଦଳ ତରଫରୁ ଏକ ଶୋଭାଯାତ୍ରା ବାହାରି ବିଜୟୀ ଉତ୍ସବ ପାଳନ କରିଥିଲେ। ଏହି ବିଜୟୀ ଉତ୍ସବରେ ସଂଘର ବରିଷ୍ଠ ସଦସ୍ୟ ପଞ୍ଚୁ ପଟେଲ, ସତ୍ୟବାନ ଗହୀର, ଧର୍ମରାଜ ମହାନନ୍ଦ, ସୁଜିତ ମହାରଣା, ରୋହିତ କୁମାର ଡାଙ୍ଗ, ଶାନ୍ତିଲତା କହର, ଲାଲଜି ନାଏକ, ପ୍ରଭୁ ସୁରେନ, ସିଣ୍ଟୁ କୁମାର, ସତ୍ୟ ପ୍ରେମ ମାଝୀ, ଗୋଲାପି ସୁନା, ଅନୁପ ସାଏ ଓ ବରୁଣ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.