ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଝାରସୁଗୁଡ଼ା ବେଳପାହାଡ ବି.ଆର ହାଇସ୍କୁଲ ଠାରେ ସମର ଶିକ୍ଷାର୍ଥୀ ବାହିନୀଙ୍କ ପକ୍ଷରୁ ବାର୍ଷିକ ତାମିଲ ଶିବିର ମେ’ ୨୦ ଠାରୁ ମେ’ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କାଉଗୁଡ଼ା ଉଚ୍ଚ ବିଦ୍ୟାଳୟର କେଡ଼େଟ୍ ମାନେ ଅଂଶଗ୍ରହଣ କରି ସାଂସ୍କୃତିକ ପ୍ରତିଯୋଗୀତାରେ ପ୍ରଥମ, ଲୋକଗୀତ ପ୍ରତିଯୋଗିତା ପ୍ରଥମ କୃତିତ୍ବ ହାସଲ କରିଥିବାବେଳ ଶିବିରର ସର୍ବୋତ୍କୃଷ୍ଟ ବିଦ୍ୟାଳୟ ଭାବେ ପୁରସ୍କୃତ ପାଇଁ ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି। ଏହାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ଦୋରା ତଥା ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶୁଭେଛା ଜଣାଇଛନ୍ତି। ବିଦ୍ୟାଳୟର ଏନ୍ ସିସି ଅଫିସର ସନ୍ଦିପ ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ପ୍ରତିଭା ରହିଛି ଉପଯୁକ୍ତ ସୁବିଧା, ସହଯୋଗ ଓ ତାଲିମ ପାଇଲେ ଆଗାମୀ ଦିନରେ ନିଜ ଅଞ୍ଚଳର ନାମ ରଖିବେ ବୋଲି ମତ ଦେଇଛନ୍ତି।