ବୁଢାବାହାଲ ସରପଞ୍ଚଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ

ଓଡିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ବୁଢାବାହାଲ ପଂଚାୟତ ସରପଞ୍ଚ ଲତା କୁମ୍ଭାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ  ଆଣିଛନ୍ତି ବୁଢାବାହାଲ ପଂଚାୟତର ୱାର୍ଡ ମେମ୍ବର ମାନେ । ବୁଢାବାହାଲ ଅଞ୍ଚଳରୁ ୱାର୍ଡ ମେମ୍ବର ମାନେ ଆସି ଟିଟିଲାଗଡ ଉପଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।  ୱାର୍ଡ ମେମ୍ବର ଆମେ ଅଭିଯୋଗ କରିଥିଲେ ଦୀର୍ଘ ଦିନ ହେଲା ବୁଢାବାହାଲ ଅଞ୍ଚଳରେ ସରପଞ୍ଚଙ୍କ ମନମୁଖୀ ପାଇଁ ବିକାଶ ଠପ ହୋଇଯାଇଛି, ସରପଞ୍ଚଙ୍କୁ କୌଣସି ବିକାଶ କାର୍ଯ୍ୟ ପାଇଁ ପ୍ରସ୍ତାବ ଦେଲେ ଅଗ୍ରାହ୍ୟ କରୁଥିବାରୁ ବୁଢାବାହାଲ ଅଞ୍ଚଳରେ ବିକାଶ କାର୍ୟ ଠପ ହୋଇଯାଇଛି, ଏଥିପାଇଁ ସରପଞ୍ଚଙ୍କ ଉପରେ ଆଉ ଆସ୍ଥା ନାହିଁ ବୋଲି ଅଭିଯୋଗ କରିଥିଲେ ୱାର୍ଡ ମେମ୍ବରମାନେ । ବୁଢାବାହାଲ ପଂଚାୟତରେ ସର୍ବମୋଟ ୧୨ ଜଣ ୱାର୍ଡ ମେମ୍ବର ଥିବା ବେଳେ ୯ ଜଣ ୱାର୍ଡ ମେମ୍ବର ଦରଖାସ୍ତରେ ଦସ୍ତଖତ କରି ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିଥିବା ୱାର୍ଡ ମେମ୍ବରମାନେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.