ବିଶ୍ୱ ଋତୁସ୍ରାବ ସ୍ୱଛତା ଦିବସ ପାଳନ

ଓଡିଆ ବାର୍ତ୍ତା/ ତୁମୁଡ଼ିବନ୍ଧ (ସରୋଜ ପ୍ରଧାନୀ); କନ୍ଧମାଳ ଜ଼ିଲ୍ଲା ଆକାଂକ୍ଷା ବ୍ଲକ ଫିରିଙ୍ଗିଆର ପଵିଙ୍ଗିଆ ଗ୍ରାମପଞ୍ଚାୟତର ଲାମପଦର ଅଙ୍ଗନବାଡି କେନ୍ଦ୍ର ଓ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଏବଂ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମ ସହଯୋଗରେ ଋତୁସ୍ରାବକୁ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରକୁ ବିଶ୍ୱ ଋତୁସ୍ରାବ ସ୍ୱଛତା ଦିବସ ପାଳନ କରାଯାଇଛି। ସଚେତନତା ମୂଳକ ଭାବେ କିଶୋରୀ ବାଳିକା, ମହିଳା ଓ ଜନସାଧାରଣଙ୍କ ଦ୍ୱାରା ପଦଯାତ୍ରା ଓ ସଭା ମାଧ୍ୟମରେ ଋତୁସ୍ରାବକୁ ନେଇ ରହିଥିଵା ଅନ୍ଧବିଶ୍ୱାସ, ସ୍ୱଛତାକୁ ଆପଣେଇବା, ଭାବନାତ୍ମକ ସହଯୋଗ ଏବଂ ବାଲ୍ୟବିବାହ ରୋକିବାକୁ ନେଇ ସଚେତନ ସହ ସଂକଳ୍ପ କରାଯାଇଥିଲା। ଉଭୟ ପଞ୍ଚାୟତର ସରପଞ୍ଚ ନିଜ ଅଭିଭାଷଣରେ ଋତୁସ୍ରାବକୁ ଏକ ବନ୍ଧୁତାର ବ୍ୟବହାର ସହକାରେ ଆପଣାଇ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିବୃଦ୍ଧି ସହ ବିକଶିତ ଭାରତ ଗଢିବାରେ ଦୃଢ଼ବଦ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ ଭାଗିଦାରୀ ମୁଖ୍ୟତଃ ରୂପେ କିଶୋରୀ ବାଳିକା, ମହିଳା, ଜନସାଧାରଣ, ଜନ ପ୍ରତିନିଧି, ଅଙ୍ଗନବାଡି କାର୍ଯ୍ୟକର୍ତ୍ତା ଓ ଆଶା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପଵିଙ୍ଗିଆ ସାମୁଦିୟକ ସ୍ୱାସ୍ଥ୍ୟ ଅଧିକାରୀ ଚିନ୍ମୟୀ ଶତପଥି ଓ ଏଏନମ ହରପ୍ରିୟା ମିଶ୍ର, ମୁଣ୍ଡିଗଡ଼ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପିରାମଲ ଫାଉଣ୍ଡେସନର ଗାନ୍ଧୀ ଫେଲୋ ମୁକେଶ ପ୍ରଜାପତି ଓ ପ୍ରତିନିଧି ଅଶ୍ୱିନୀ ପାରତେତି,‌ ଭବାନୀ, ବିଭୁତି ଏବଂ ବ୍ଲକ ଆକାଂକ୍ଷା ଫେଲୋ ନରବେତ୍ ଦିଗାଳ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.