ଆସନ୍ତା ଶିକ୍ଷାବର୍ଷ ପାଇଁ ଏବିଭିପି ଓଡିଶା ପଶ୍ଚିମ ପ୍ରାନ୍ତ ୧ ଲକ୍ଷ ୪ ହଜାର ସଦସ୍ୟତା ଲକ୍ଷ୍ୟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସୋନପୁର ସ୍ଥିତ ଆରଏସଏସ କାର୍ଯ୍ୟାଳୟ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୂଚନା ଦିଆଯାଇଛି ଯେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ୱାସ କରି କାମ କରୁଥିବା ବିଶ୍ଵର ସବୁଠୁ ବଡ଼ ଛାତ୍ର ସଂଗଠନ । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖ ରୁ ଆରମ୍ଭ ହୋଇ ଆଜି ଯାଏଁ ଅନବରତ ରାଷ୍ଟ୍ର ହିତରେ ଏବଂ ଛାତ୍ର ମାନଙ୍କ ହିତରେ କାମ କରୁଛି । ଏବିଭିପିର ପ୍ରତିବର୍ଷ ସଦସ୍ୟତା ଅଭିଯାନ ହୋଇଥାଏ ଏବଂ ତାର ସଦସ୍ୟତା ରୁ ହିଁ କହିଥାଏ ବିଶ୍ଵର ସବୁଠୁ ବଡ ଛାତ୍ର ସଂଗଠନ । ପ୍ରତି ବର୍ଷ ଭଳି ଏହି ଶିକ୍ଷା ବର୍ଷରେ ମଧ୍ୟ ସଦସ୍ୟତା ଅଭିଯାନ ଜୁନ ମାସରୁ ଆରମ୍ଭ ହେବ । ଏପ୍ରିଲ ମାସ ୨୦ରୁ ୨୨ ତାରିଖରେ ଝାରସୁଗୁଡ଼ା ଠାରେ ହେଇଥିବା ପ୍ରାନ୍ତ ଓ ସମୀକ୍ଷା ଯୋଜନା ବୈଠକରେ ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ତଥା ଓଡ଼ିଶା ପଶ୍ଚିମର ୧୪ ଟି ସାଂଗଠନିକ ଜିଲ୍ଲାରେ ୧ଲକ୍ଷ ୪ହଜାର ସଦସ୍ୟତା କରିବାର ଲକ୍ଷ ରଖିଥିବା ବେଳେ ସୋନପୁରରେ ୮୦୦୦ ସଦସ୍ୟତା କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି। ଏହି ଶିକ୍ଷା ବର୍ଷରେ ଏବିଭିପି ସଂପୂଣ୍ଣ ଭାବରେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ଯ ପ୍ରସ୍ତୁତ ଅଛି। ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ୩୩୧ଟି ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟ ଶାଖା ଏବଂ ପ୍ରତି ବ୍ଲକ ମୁଖ୍ୟାଳୟରେ ତଥା ୧୧୮ଟି ସ୍ଥାନରେ ନଗର ଶାଖା ସେହି ଭଳି ସୋନପୁର ଜିଲ୍ଲାରେ ୬ ଟି ନଗର ଶାଖା ଏବଂ ୩୦ ଟି କ୍ୟାମ୍ପସ ଶାଖା ଘୋଷଣା କରିବାର ମଧ୍ୟ ଲକ୍ଷ୍ୟ ରଖିଛି । ଏହି ପ୍ରେସ ବାର୍ତ୍ତା ରେ ପ୍ରାନ୍ତ ମିଡ଼ିଆ ସଂଯୋଜକ ବିଜୟ କଲତା, ରାଜ୍ୟ ସହ ସମ୍ପାଦକ ଶୁଭମ ପ୍ରସାଦ ମିଶ୍ର ଏବଂ ବିକାଶ ସାହୁ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.