ଠାକୁରାଣୀ ଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ କ୍ଲବ୍ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ରେ ଧୁମ୍ ଧାମରେ ଚାଲିଛି ମାଆ ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା l ଏହି ପରିପ୍ରେକ୍ଷୀରେ ଫ୍ରେଣ୍ଡସ କ୍ଲବ୍ ଦଣ୍ଡପଦର ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମ୍ବଲପୁରରୁ ଆସିଥିବା ସୁହାନା ମେଲୋଡି ଗ୍ରୁପ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା l ସଭାପତି ଯୁମର ନାୟକ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶି ମାଝି, ସମ୍ମାନୀତ ଅତିଥି ଭାବେ ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବିଜେପି ନଗର ସଭାପତି ମନୋଜ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l ଫ୍ରେଣ୍ଡସ୍ କ୍ଲବ୍ ପକ୍ଷରୁ ଗ୍ରାମର ବରିଷ୍ଠ ନାଗରିକ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସମାଜସେବୀ, ସାମ୍ବାଦିକ, ମଞ୍ଚ କଳାକାରଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.