ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭାରତ ସରକାରଙ୍କ କୃଷି ବିଭାଗ ସହାୟତାରେ ୨୯ ମେ ଠାରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ଠାରୁ କୋକସରା ବ୍ଲକରେ ଏହି ଅଭିଯାନ ଆରମ୍ଭ ହୋଇଛି। ଗୋଷ୍ଠୀ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀଙ୍କ ଅଧ୍ୟକ୍ଷତାରେ ବ୍ଳକ ସଦର ମହକୁମା ସ୍ଥିତ ଧାନ ମଣ୍ଡି ଓ ମହିମା ପଞ୍ଚାୟତର ଡେଙ୍ଗାଗୁଡା ଧାନ ମଣ୍ଡି ଠାରେ ଅଞ୍ଚଳର ଚାଷୀ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ବ୍ଳକ ସଦର ମହକୁମା ସ୍ଥିତ ଧାନ ମଣ୍ଡିଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଭାବରେ ପ୍ରମୋଦ ପ୍ରଧାନୀ, ଧର୍ମଗଡ ବିଧାୟକ ପ୍ରତିନିଧି ଭାବେ ତ୍ରିନାଥ ଶବର, କୃଷି ବୈଜ୍ଞାନିକ ପ୍ରକାଶ ଚନ୍ଦ୍ର ଜେନା, ଅଜୟ କୁମାର ମାରାଣ୍ଡି, ଧର୍ମଗଡ଼ ଏଡିଓ ସୂର୍ଯ୍ୟ କୁମାର ପାତ୍ର, ଉଦ୍ୟାନ କୃଷି ବୈଜ୍ଞାନିକ ତୁଳସୀ ମାଝୀ, ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ, ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, ନାଏବ ସରପଞ୍ଚ ଖଲୋଣୀ ନାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଡେଙ୍ଗାଗୁଡା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମିତି ସଭ୍ୟ ଘନଶ୍ୟାମ ନାଏକ, ଉଦ୍ୟାନ କୃଷି ଅଧିକାରୀ ସୈାରଭ ପାଣିଗ୍ରାହୀ, ଟେମରା ପ୍ୟାକ୍ସ ସମ୍ପାଦକ ରଞ୍ଜନ ପାଣିଗ୍ରାହୀ, ମଧୁବନ ପାତ୍ର, ଚାଷୀ ଖଗେଶ୍ବର ଭୋଇ, ଗରୁଡଧ୍ବଜ ମାଝୀ, କୃଷି ବୈଜ୍ଞାନିକ ଶ୍ରଦ୍ଧା ମହାନ୍ତି, ତୁଳସୀ ମାଝୀ ପ୍ରମୁଖ ଉପସ୍ଥିତ ରହି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ପାଇଁ ପରାମର୍ଶ ଦେବା ସହ ଚାଷୀ ମାନଙ୍କ ପ୍ରତି ରହିଥିବା ବିଭିନ୍ନ ଯୋଜନା ସଂପର୍କରେ ସରକାରଙ୍କ ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ଚାଷୀମାନେ କୃଷି ବୈଜ୍ଞାନିକ ମାନଙ୍କୁ ଚାଷ ସମ୍ପର୍କିତ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରିଥିଲେ। ଏହି କାର୍ଯ୍ୟକ୍ରମ ବ୍ଳକର ବିଭିନ୍ନ ସ୍ଥାନରେ ଆସନ୍ତା ଜୁନ୍ ୧୨ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି। ଉଭୟ ସ୍ଥାନର କାର୍ଯ୍ୟକ୍ରମରେ କୃଷି କର୍ମଚାରୀ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.