ପୂର୍ବତନ ମନ୍ତ୍ରୀଙ୍କ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ

ଓଡିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବଜାର ଠାରେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ମନ୍ଦିରକୁ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ପରିଦର୍ଶନ କରି ଭୂୟସୀ ପ୍ରଶଂସା କରିଛନ୍ତି। ଏହା ସହ କ.ନୂଆଗାଁରେ ଚାଲିଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇ ଦର୍ଶନ କରିବା ସହିତ ଜଗନ୍ନାଥ ଭଜନ ଓ କୀର୍ତ୍ତନ କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ବିମୋହିତ କରିଥିଲେ। ଏଠାରେ ଚାଲିଥିବା ଗୁଣ୍ଡିଚା ମନ୍ଦିର ଓ ଜଗନ୍ନାଥ ମନ୍ଦିର ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଦେଇ ଥିବା ଅନୁଦାନର ସଠିକ୍ ବିନିଯୋଗ କରାଯାଇ ଭବ୍ୟ ମନ୍ଦିର କରାଯାଉ ଥିବା ଯୋଗୁଁ ଆତ୍ମ ସନ୍ତୋଷ ଲାଭ କରି କମିଟି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପରିଦର୍ଶନ ଅବସରରେ କମିଟିର ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀ, ସଂପାଦକ ତଥା ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର, ଜିଲ୍ଲା ପରିଷଦ ସଦସ୍ଯା ଅନିତା ମଲ୍ଲିକ, ସଭାପତି ରଞ୍ଜିତ କୁମାର ପଣ୍ଡା, କୋଷାଧ୍ୟକ୍ଷ ପ୍ରଭାତ କୁମାର ପାଣିଗ୍ରାହୀ, ବରିଷ୍ଠ ସଦସ୍ୟ ଶ୍ୟାମଘନ ସାହୁ, ବିକ୍ରମ ବିଶି ମାଝୀ, ଯୁରିଆ ପ୍ରଧାନ, ସଦାନନ୍ଦ ବିଶି ମାଝୀ, ଶୁଶିଲ କୁମାର ପାତ୍ର, ସୁକାନ୍ତ କୁମାର ମହାପାତ୍ର ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶ୍ରୀ ବେହେରାଙ୍କୁ ସ୍ଵାଗତ ଜଣାଇବା ସହ କୃତଜ୍ଞତା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.