କନ୍ଧମାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ, କଡା ସୁରକ୍ଷା ବ୍ୟବସ୍ଥା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଫୁଲବାଣୀକୁ ୭ ତାରିଖ ଶନିବାର ଦିନିକିଆ ଗସ୍ତରେ ଆସୁଛନ୍ତି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥି ପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ବାବଧାନରେ ସହରକୁ ସଜବାଜ କାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ ଫୁଲବାଣୀ ସଦର ମହକୁମାକୁ ଆସି ପ୍ରଥମେ କନ୍ଧମାଳ ଜିଲ୍ଲାର ବହୁ ପ୍ରତିକ୍ଷୀତ ସରକାରୀ ମେଡିକାଲ କଲେଜର ଲୋକାର୍ପଣ କରିବେ । ଏହି କଲେଜ ଜିଲ୍ଲାର ବହୁ ମେଧାବୀ ଡାକ୍ତରୀ ପାଠ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ନୂତନ ଦିଗ ଦର୍ଶନ କରିବା ସହ ଆଗାମୀ ଦିନରେ ଏହି କଲେଜରେ ସ୍ଥାନୀୟ ଅଂଚଳର ବହୁ ଯୁବ ବର୍ଗ ଡାକ୍ତର ହେବାର ସ୍ବପ୍ନ ପୂରଣ କରିପାରିବ । ୨୦୦୭-୦୮ ମସିହାରେ କନ୍ଧମାଳ ଦଙ୍ଗା ସମୟରେ ବିଭିନ୍ନ ଦାବୀ ଗୁଡିକ ମଧ୍ୟରୁ ଏହି ମେଡିକାଲ କଲେଜ ସ୍ଥାପନ ଏକ ପ୍ରମୁଖ ଦାବୀ ଥିବାବେଳେ ଦୀର୍ଘ ବର୍ଷର ଅବସାନ ପରେ କନ୍ଧମାଳକୁ ମିଳିବାକୁ ଯାଇଛି ଏହି ସରକାରୀ ମେଡିକାଲ କଲେଜ । ୨୦୦୭-୦୮ ମସିହା ଦଙ୍ଗା ପରେ ରାଜ୍ୟରେ ଥିବା ବିଜେଡି ଓ ବିଜେପି ମେଣ୍ଟ ସରକାରରୁ ନବୀନଙ୍କ ବିଜେଡି ଦୁରେଇ ଯାଇଥିବା ବେଳେ ସେହି ମସିହା ପରେ ବିଜେଡି ନିଜ ଦମରେ ରାଜ୍ୟରେ ସରକାର ଗଠନ କରି ଯେଉଁ ଦଙ୍ଗା ସମୟରେ ବିଜେପିକୁ ଶାସନର ସ୍ବାଦ ଚାଖୁବା ଠାରୁ ଦୂରରେ ରଖିଥିଲା । ଦଙ୍ଗାର ପ୍ରମୁଖ ଦାବିରେ ସ୍ଥାନ ଥିଲା କନ୍ଧମାଳ ମେଡିକାଲ କଲେଜର ସ୍ଥାପନ ଦାବୀକୁ ପୂର୍ବ ସରକାର ଦୀର୍ଘ ବର୍ଷ ଗଡେଇ ରଖିବା ପରେ ବର୍ତ୍ତମାନ ଡବଲ ଇଂଜିନ ବିଜେପି ସରକାର କନ୍ଧମାଳର ସରକାରୀ ମେଡିକାଲ କଲେଜକୁ ଲୋକାର୍ପିତ କରି ଜିଲା ବାସୀଙ୍କୁ ଆଗାମୀ ଦିନରେ ବିଜେପି ସପକ୍ଷରେ ପୁନଃ ସମର୍ଥନ ପାଇଁ ପ୍ରୟାସ କରିବ । ଏହି ମେଡିକାଲ କଲେଜ ଫୁଲବାଣୀ ପୌର ପରିଷଦ ଅଂଚଳ ଭିତରେ ନରଖି ଫୁଲବାଣୀ ପୌର ପରିଷଦ ଅଂଚଳରୁ ୪ କିମି ଦୂରରେ ରହିଛି । ଅଳ୍ପ ଦୁରରେ ଗ୍ରାମାଞ୍ଚଳରେ ଗ୍ରାମବାସୀ ମାନେ ଉପକୃତ ହେବା ପାଇଁ ଗ୍ରାମ ପଂଚାୟତ ଅଞ୍ଚଳରେ ସ୍ଥାପିତ କରାଯାଇଛି। ତେଣୁ ସହରାଞ୍ଚଳରେ ଜନସାଧାରଣ ମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜନସାଧରଣ ଚର୍ଚ୍ଚା ହେଉଛି । କିନ୍ତୁ ଗ୍ରାମାଞ୍ଚଳରେ ଗ୍ରାମବାସୀ ମାନେ ଉପକୃତ ହୋଇପାରିବେ ଓ ଅନ୍ୟ ଜିଲ୍ଲାକୁ ଯିବାପାଇଁ ଆଶା ରଖିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଓ ଜନସାଧରଣଙ୍କ ମନରେ ଖୁସି ଦେଖିବାକୁ ମିଳୁଛି । ବିଭିନ୍ନ ଉଦଘାଟନ ପରେ କରୋନେସନ ପଡ଼ିଆରେ ଏକ ସାଧାରଣ ସଭାର ଆୟୋଜନ ରହିଛି ଏଥିରେ ଏକ ବର୍ଷ ବିଜେପି ଶାସନ କଣ କରିଛି ତାହାର ସୃଷ୍ଠ ଚିତ୍ର ଦେଖାଇବ ବିଜେପି ସରକାର ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.