ଭିଜନ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବ୍ରଜ ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଭିଜନ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଓ ହେମସାଗର ମହାନନ୍ଦ, ବିଏମ୍ ହାଇସ୍କୁଲ ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ବୋର୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ ଯୋଗ ଦେଇଥିଲେ l ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ସ୍ୱାଗତ ଅଭିଭାଷଣ ପ୍ରଦାନ ରଖିଥିବା ବେଳେ ଶିକ୍ଷକ ସୋମନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବିଚାରକ ଭାବେ ଦଧିଚନ୍ଦ୍ର ସାହୁ, ଧୀରେନ୍ଦ୍ର ପଣ୍ଡା, ଝସକେତନ ପଧାନ, ବିଭୁତି ଭୂଷଣ ଠାକୁର, ମୁକୁନ୍ଦ ରେଡ୍ଡୀ ଓ ବାଞ୍ଛାନିଧି ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ। ବରିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭବାନୀପାଟଣାର ରୁପାଲୀ ସାହୁ ପ୍ରଥମ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧର୍ମଗଡର ଝରଣା ଲାହଜନ ଦ୍ଵିତୀୟ, ମା ହୀରା ଲୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଶ୍ୱନାଥପୁରର ସୁଭଦ୍ରା ବେହେରା ତୃତୀୟ ହୋଇଥିବା ବେଳେ କନିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଜୁନାଗଡ଼ର ସତ୍ୟମ ପଧାନ, ଦନ୍ତେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବେହେରା ତନ୍ମୟୀତା ନାଏକ, ଓଡିଶା ଆଦର୍ଶ ବିଦ୍ୟାଳୟ କେସିଙ୍ଗାର ଶୁଭଲଷ୍ମୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବରିଷ୍ଠ ଚିତ୍ରାଙ୍କନ ପ୍ରତିଯୋଗିତାରେ ପରିସ୍ମିତା ଜାନି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେଗେଡ଼ା ପ୍ରଥମ, ଆଶିଷ କୁମାର ନାଏକ, ଇନ୍ଦ୍ରାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡଙ୍ଗରୀଗୁଡ଼ା ଦ୍ଵିତୀୟ, ଅଭିଷେକ ପଧାନ, ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭବାନୀପାଟଣା ତୃତୀୟ ଓ କନିଷ୍ଠ ଚିତ୍ରାଙ୍କନ ପ୍ରତିଯୋଗିତାରେ‌ହରିଶ କୁମାର ରଣା, ସରକାରୀ ଉଚ୍ଚ ବିଦ୍ୟାଳୟ ରିସିଡା ପ୍ରଥମ, ସ୍ନେହମଞ୍ଜରୀ କୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ଲାମୁଣ୍ଡା ଦ୍ଵିତୀୟ ଓ ଅଙ୍କିତା ମହାରଣା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନର୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସାଧୁ ଶରଣ ପ୍ରସାଦ, ବୀରେନ୍ଦ୍ର କୁମାର ଆଚାର୍ଯ୍ୟ, ଡିପିଇଓ ରୂପ ସିଂ ରାଉତ, ମନୋଜ କୁମାର ସାହୁ, ଶ୍ରଦ୍ଧାଞ୍ଜଳି ଦାଶ, ମଙ୍ଗୁଳୁ ପଧାନ, ମୁରଲୀ ଦୀପ, ବିଜୟ ମହାଳିକ, ସୌମେନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ଠାକୁର, ପ୍ରଶାନ୍ତ ନନ୍ଦ, ନରେନ୍ଦ୍ର ସାହୁ ପ୍ରମୁଖ ସାହାଯ୍ୟ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.