ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ସାମ୍ବାଦିକଙ୍କ ସ୍ବାର୍ଥ ସମ୍ବଳିତ ୧୧ ଦଫା ଦାବିପତ୍ର ପ୍ରଦାନ କଲେ ଓଜେୟୁ କର୍ମକର୍ତ୍ତା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତକାଲି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାର କାର୍ଯ୍ୟରତ ସାମ୍ୱାଦିକଙ୍କୁ ଜିଲ୍ଲା ଗସ୍ତ ସଂପର୍କରେ ପ୍ରତିକ୍ରିୟା ସହ ସମସ୍ତ ତଥ୍ୟ ରଖିଥିଲେ l ଏହି ଅବସର ରେ ଜିଲ୍ଲା ତଥା ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ସାମ୍ବାଦିକ ଙ୍କ ସାମୁହିକ ସମସ୍ୟା ଓ ସ୍ୱାର୍ଥ ଉପରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ୧୧ ଦଫା ଦାବି ପ୍ରଦାନ କରାଯାଇଥିଲା l ରାଜ୍ୟରେ ସାମ୍ୱାଦିକଙ୍କ ପ୍ରତି ବୃଦ୍ଧି ପାଉଥିବା ଆକ୍ରମଣ ଘଟଣା ରେ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ସ୍ଵତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରାଣୟନ କରାଯିବା, ସ୍ଵାସ୍ଥ୍ୟ ବୀମା ରାଶି କୁ ୫ ହଜାର ରୁ ୧୦ ହାଜର ଟଙ୍କାକୁ ବୃଦ୍ଧି କରିବା, ମୃତ୍ୟୁ କାଳୀନ ସହାୟତା ରାଶିକୁ ୪ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବା, ଅବସର କାଳୀନ ଭତ୍ତା ପ୍ରଦାନ, ଘର ନିର୍ମାଣ ତଥା ପିଲା ଛୁଆଙ୍କ ପାଠ ପଢା ପାଇଁ ବ୍ୟାଙ୍କ ଋଣ ବ୍ୟବସ୍ଥା ରେ ସରଳୀକରଣ ନିୟମ କରି ବ୍ୟାଙ୍କ ମାନଙ୍କୁ ସର୍କୁଲାର ଜାରି କରିବା, ଅଧିସ୍ବୀକୃତି ଆଇନ ର ସରଳୀକରଣ କରି ବ୍ଲକ ତଥା ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ୱାଦିକଙ୍କୁ ଏଥିରେ ସାମିଲ୍ କରିବା ଭଳି ପ୍ରମୁଖ ୧୧ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୂଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରଯାଇଥିଲା l ସଂଘର ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ସଂପାଦକ ମହାଦେବ ମଲ୍ଲିକ, କାର୍ଯକାରୀ ସଭାପତି ଦିଲ୍ଲୀପ କୁମାର ପାତ୍ର, ରାଜ୍ୟ ସାଂଗଠାନିକ ସଂପାଦକ ରାଜ କିଶୋର ତ୍ରୀପାଠୀ, ଜିଲ୍ଲା ଶାଖା ଉପ ସଭାପତି ସୁବାସ ଚରଣ ପଣ୍ଡା, କାର୍ଯକାରୀ କମିଟି ସଦସ୍ୟ ମାନଭଞ୍ଜନ ମିଶ୍ର, ଗଣପତି ବାଗ, ଧ୍ରୁବରାଜ ମିଶ୍ର, କମଲ ମେହେର, ବିଵେକା ନନ୍ଦ ମିଶ୍ର, ଶ୍ରୀକୁମାର ମହନ୍ତ, ଶ୍ୟାମ ସୁନ୍ଦର ପଣ୍ଡା, ମୁକେଶ ବଗର୍ତ୍ତୀ, ଉଗ୍ରସେନ କର୍ମୀ ପ୍ରମୁଖଙ୍କ ସହିତ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲା ର ୧୦୦ ରୁ ଉର୍ଦ୍ଧ୍ବ କାର୍ଯ୍ଯରତ ସାମ୍ୱାଦିକ ଉପସ୍ଥିତ ଥିଲେ l ଯେହେତୁ ଏହା ଏକ ସରକାରୀ କାର୍ଯ୍ଯକ୍ରମ ଥିଲା ସେଥିପାଇଁ ଜିଲ୍ଲା ପ୍ରଶାସନର ସମ୍ମାନ ଦୃଷ୍ଟିରୁ ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା ଜିଲ୍ଲାପାଳ ଓ ଏସପି ଙ୍କ ଅନୁମତି ନେଇ ଦାବୀ ପତ୍ର ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ର ସ୍ଵୀକୃତି ପାଇଥିଲା l ପ୍ରକାଶ ଥାଉ କି ଯେ ୨୦୨୩ରେ ଜାତୀୟ ପ୍ରେସ ଦିବସ ରେ ପ୍ରଥମ ଥର ରାଜ୍ୟରେ ଓଡ଼ିଶା ସାମ୍ୱାଦିକ ସଂଘ ଭୁବନେଶ୍ୱରର ରେ ସାମ୍ବାଦିକ ଙ୍କ ଏ ସମସ୍ତ ସାମୁହିକ ସ୍ୱାର୍ଥ ହାସଲ ପାଇଁ ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଙ୍କ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇ ପ୍ରଥମ ଥର ପାଇଁ ଧାରଣା ଦେଇଥିଲା ଓ ବିଗତ ସରକାର ଓ ରାଜ୍ୟପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲା l ଗତ ନିର୍ବାଚନ ସମୟରେ ମଧ୍ୟ ସମ୍ବଲପୁର , ଫୁଲବାଣୀ, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଜିଲ୍ଲା ଶାଖା କର୍ମକର୍ତା ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାରେ ଓଡ଼ିଶା ସରକାରଙ୍କୁ ଏହି ୧୧ ଦଫା ଦାବୀ ପତ୍ର ପ୍ରଦାନ କରିଥିଲା l ଏବଂ ବିଗତ ସରକାର ରେ ସାମ୍ୱାଦିକ ଙ୍କ ବୀମା ରାଶି ୨ ଲକ୍ଷ ରୁ ୫ ଲକ୍ଷ ଟଙ୍କା ବୃଦ୍ଧି ମଧ୍ୟ ହୋଇଥିଲା l ପରେ ପରେ ନୂଆଁ ସରକାର ଶପଥ ପାଠ ସମୟରେ ଲୋକ ସଭା ସଦନରେ ମଧ୍ୟ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସାମ୍ୱାଦିକ ଙ୍କ ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ କରାଯାଇଥିଲା ଓ ଶପଥ ପାଠ ର ପରଦିନ ସକାଳେ ପୁରୀ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ପରେ ପୁରୀ ସର୍କିଟ ହାଉସ ଠାରେ ଏ ସଂଘ ର ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଏଇ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ କରି ୧୦ ଦଫା ଦାବି ପତ୍ର ପ୍ରଦାନ କରି ଆଲୋଚନା କରି ଥିଲେ l ଯାହାକି ନୂଆଁ ସରକାର ରେ ରାଜ୍ୟ ରେ ପ୍ରଥମ ଦିନ ପ୍ରଥମ ଦାବୀ ପତ୍ର ଥିଲା ଓଡ଼ିଶା ସାମ୍ୱାଦିକ ସଂଘର l ସେଥି ପାଇଁ ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀ ଜଗନ୍ନାଥଙ୍କ ଉପରେ ଓ ନୂଆଁ ସରକାର ଙ୍କ ଉପରେ ପୂର୍ଣ୍ଣ ଆଶା ଭରସା ରଖିଛି ସଂଘ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.