ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ଆଜି ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ “ମିଶନ ଶକ୍ତି” ପ୍ରକଳ୍ପ ତରଫରୁ ଓଡ଼ିଶା ଜୀବିକା ମିଶନର ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅବଦୁଲ୍ ଫିଦା କରିମ୍ ଙ୍କ ନେତୃତ୍ୱରେ ବ୍ଲକର ୮ଗୋଟି ସ୍ୱୟଂ ସହାୟିକା ଗୋଷ୍ଟିର ୨୩ଜଣ ମହିଳାଙ୍କୁ ନେଇ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ କଲ୍ୟାଣ ସିଂହପୁର ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଅମ୍ରିତା କାଡ୍ରାକା ଉପସ୍ଥିତ ରହିଥିବା ବେଳେ, ସମ୍ମାନିତ ଅତିଥି ଭାବେ କଲ୍ୟାଣ ସିଂହପୁର ପଞ୍ଚାୟତ ସମିତି ଗୋଷ୍ଟି ଉନ୍ନୟନ ଅଧିକାରୀଣୀ ମୋନିଷା ଦାସ, ଭାରପ୍ରାପ୍ତ ଶିଶୁ ବିକାଶ ଅଧିକାରୀଣୀ ବି.ଜୟଲଷ୍ମୀ, ସହକାରୀ ଯନ୍ତ୍ରୀ ସବ୍ୟସାଚି ନାୟକ ଉପସ୍ଥିତ ରହିଥିଲେ | ବିଶେଷ କରି ମାଣ୍ଡିଆ ଓ ସୌଓଁ ଜାତୀୟ ଖାଦ୍ୟ କୁ ବିଶ୍ୱ ଦରବାରରେ ପହଞ୍ଚାଇବା ମୂଳ ଲକ୍ଷ୍ୟ ରହିଥିଲା | ଏହି ପରିପେକ୍ଷୀରେ କାର୍ଯ୍ୟକ୍ରମରେ ଭାଗ ନେଇ ବିଜୟ ଲାଭ କରିଥିବା ବୁଡ଼ାଗୁଡା ପଞ୍ଚାୟତ ଦେଉଳବାଡ଼ି ଗ୍ରାମର ମାଁ ଅଗ୍ନିଗାଙ୍ଗାମା ସ୍ୱୟଂ ସହାୟିକା ଗୋଷ୍ଟି ପ୍ରଥମ ସ୍ଥାନ ହାସଲ କରି ୫୦୦୦ ଟଙ୍କାର ଚେକ୍ ଓ ଶିକରପାଇ ପଞ୍ଚାୟତ ଶିକରପାଇ ଗ୍ରାମର ମା ମାଣିକେଶ୍ବରୀ ସ୍ୱୟଂ ସହାୟିକା ଗୋଷ୍ଟି ଦ୍ୱିତୀୟ ସ୍ଥାନରେ ରହି ୪୦୦୦ ଟଙ୍କାର ଚେକ୍ ପ୍ରାପ୍ୟ କରି ଅଗାମି ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମୋନନୀତ ହୋଇଥିଲେ | ଏହାପରେ ଉପସ୍ଥିତ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ମାନପତ୍ର ଗୁଡ଼ିକ ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପ ର ଅଙ୍ଗନୱାଡି ପରିଚାଳିକା ଜଛନା ରାଣି ପଣ୍ଡା ଓ ରେଣୁବାଳା ପରିଡ଼ା,”ମିଶନ ଶକ୍ତି” ର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ରାଜିବ କୁମାର ପାଢ଼ୀ,ବ୍ଲକ କାର୍ଯ୍ୟକ୍ରମ ସହାୟକ ପ୍ରକାଶ ବିଡ଼ିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁରୁଖୁରୁ ଭାବେ ପରିଚାଳନା କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.