‘ଓଡ଼ିଆ ବାର୍ତ୍ତା’ ଖବରର ପ୍ରଭାବ
ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଓ ବୋରିଗୁମାକୁ ସଂଯୋଗ ହୋଇଥିବା ଜାତୀୟ ରାଜପଥ ୨୬ ସଇଁତଳା ଷ୍ଟେଟ ବ୍ୟାଙ୍କ ରାସ୍ତା ମଝିରେ ବଡ ଗାତ ହୋଇଥିବାରୁ ଯାତାୟାତରେ ଅନେକ ସମସ୍ୟା ନେଇ ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରସାରଣ ହେବା ପରେ ଚେତିଛି ପ୍ରଶାସନ । ବୁଧବାର ଗାତ ପୋତାଯାଇ ରାସ୍ତାକୁ ଯାତାୟାତ ଉପଯୋଗୀ କରାଯାଇଛି | ରାସ୍ତାଟି ମୂଖ୍ୟ ରାସ୍ତା ହୋଇଥିବାରୁ ପ୍ରିତ୍ୟକ ଦିନ ହଜାର ହଜାର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ବଡ ବଡ ଯାତ୍ରୀବାହୀ ଗାଡି ସହ ଅନେକ ଆମ୍ବୁଲାନ୍ସ ଓ ଅନେକ ବଡ ବଡ ଟ୍ରକ ଏହି ରାସ୍ତା ଦେଇ ଯାଇଥାନ୍ତି । ତେବେ ବ୍ୟାଙ୍କ ଥିବାରୁ ଅନେକ ଲୋକେ ବାହାରୁ ମଧ୍ଯ ପ୍ରତ୍ୟେକ ଦିନ ଆସିଥାନ୍ତି । ତେବେ ରାସ୍ତା ମଝିରେ ବଡ଼ ଗାତ ହୋଇଥିଲା | ଫଳରେ କିଛି ଦିନ ହେବ ଲୋକେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ସ୍ଥାନୀୟ ଲୋକେ ଅନେକ ଥର ଜାତୀୟ ରାଜପଥ ବିଭାଗକୁ ଜଣାଇ ଥିଲେ ସୁଦ୍ଧା କେହି ଅଧିକାରୀ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେଉନଥିଲେ । ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରସାରଣ ପରେ ରାସ୍ତା ମରାମତି ଦିଗରେ ସମ୍ପୃକ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେଇଥିଲା | ସ୍ଥାନୀୟ ଜନସାଧାରଣ ସମେତ ପଥଚାରୀ ଏନେଇ ‘ଓଡ଼ିଆ ବାର୍ତ୍ତା’କୁ ସାଧୁବାଦ ଜଣାଇଛନ୍ତି |