ରଥଯାତ୍ରା ପ୍ରସ୍ତୁତି ବୈଠକ ନୋହିଲା, ଭକ୍ତ ମହଲରେ ତୀବ୍ର ଅସନ୍ତୋଷ

ବନ୍ଦ ହୋଇଯିବ କି ଚଳିତ ବର୍ଷ ସୋନପୁର ରଥଯାତ୍ରା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆବାହମାନ କାଳ ରାଜା ରାଜୁଡ଼ି ସମୟରୁ ସୁବର୍ଣ୍ଣପୁର ସହରରେ ପବିତ୍ର ଘୋଷଯାତ୍ରା ଧୁମଧାମ ରେ ପାଳନ ହୋଇ ଆସୁଥିଲା। କିନ୍ତୁ କାଳକ୍ରମେ ପ୍ରଶାସନିକ ଉଦାସୀନତା ହେତୁ ଏହା ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲାଣି। କିନ୍ତୁ ଏଥର ସ୍ଥିତି ଅଲଗା ଚଳିତ ବର୍ଷ ରଥଯାତ୍ରା ହେବ ନା ନାହିଁ ଏ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଏ ଯାଏ ଉପଜିଲ୍ଲାପାଳ ତଥା ଦେବତ୍ତର ଅଧିକାରୀ ପ୍ରସ୍ତୁତି ମିଟିଂ ଟିଏ ମଧ୍ଯ କରି ନ ଥିବା ଅଭିଯୋଗ କରିଛନ୍ତି ସେବାୟତ ଏବଂ ରଥଯାତ୍ରା କମିଟି ସଦସ୍ୟ। ଆଜି ଦେବସ୍ନାନ ନୀତି ବେଳେ ଏହା ଜଣାପଡିବା ପରେ ଭକ୍ତ ମହଲରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ବୁଦ୍ଧିଜିବୀ ପ୍ରଶାସନ ର ଏତାଦୃଶ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ଭକ୍ତ ଙ୍କ ଭାବାବେଗ ସହ ପ୍ରଶାସନ ଖେଳ ନ ଖେଳୁ ବୋଲି ଚେତାବନୀ ଦେଇଛନ୍ତି ଏବଂ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ତୁରନ୍ତ ରଥଯାତ୍ରା ପ୍ରସ୍ତୁତି ମିଟିଂ ସ୍ଥିର କରିବା ପାଇଁ ଦାବୀ କରିଛନ୍ତି। ଜଗନ୍ନାଥ ଙ୍କ ସେବାୟତ କହିଛନ୍ତି ଯେ ରଥ ପ୍ରସ୍ତୁତି ମିଟିଂ ପାଇଁ ସେ ଦୀର୍ଘ ମାସେ ପୂର୍ବରୁ ଦେବାତ୍ତୋର ଅଧିକାରୀ ଙ୍କୁ ଭେଟି ଜଣେଇ ଆସୁଛନ୍ତି ତଥାପି ଚିର ନିଦ୍ରାରେ ପ୍ରଶାସନ। ଯଦି ପ୍ରାଶାସନିକ ଅବ୍ୟବସ୍ଥା ଯୋଗୁଁ ରଥ ଯାତ୍ରା ରେ କିଛି ବିଭ୍ରାଟ ସୃଷ୍ଟି ହୁଏ ତାହେଲେ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଏଥି ପାଇଁ ଦାୟୀ ରହିବେ ବୋଲି କହିଛନ୍ତି ସେବାୟତ ସଙ୍ଘ ଓ କମିଟି ସଦସ୍ୟ। କାରଣ ଏ ଯାଏ ରଥ ଖଳା କୁ କାଠ ଆସି ନାହିଁ କି ରଥ ତିଆରି ଆରମ୍ଭ ହୋଇନାହିଁ। ସେପଟେ କମିଟି ସଦସ୍ୟଙ୍କ ଠାରୁ ପ୍ରକାଶ ଯେ ରଥ ତିଆରି ବେଳେ କିଛି ନୂଆ କାଠ ମଧ୍ୟ ଲାଗିଥାଏ କିନ୍ତୁ ତାହା ଏ ପର୍ଯ୍ୟନ୍ତ ଯୋଗାଡ ହୋଇନାହିଁ। ତେଣୁ ଏଥର ରଥଯାତ୍ରା ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଜଗନ୍ନାଥ ମନ୍ଦିର ରଥଯାତ୍ରା କମିଟି ର କିଛି ସଦସ୍ୟ କହିଛନ୍ତି ଯେ ଯଦି ରଥ ନ ହୁଏ ତାହେଲେ ଜଗନ୍ନାଥ ମନ୍ଦିର ରେ ହିଁ ସମ୍ମୁଖ ମଣ୍ଡପରେ ଠାକୁର ଙ୍କୁ ରଖାଯାଇ ବେଶ ଅନୁଷ୍ଠିତ କରାଯିବ। ସେପଟେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.