ବସ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ

କ୍ଷତିପୂରଣ ମିଳିବା ପରେ ରାସ୍ତା ଅବରୋଧ ହଟିଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗତକାଲି ରାତ୍ର ସମୟରେ ନୂଆପଡା ଜିଲ୍ଲା ସିନାପାଲିଠାରେ ଏକ ଘରୋଇ ବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପରିବାର ଓ ସ୍ଥାନୀୟ ଲୋକେ ମିଶି ଧିଙ୍ଗିଆମୁଣ୍ଡା ନିକଟ ବିଜୁ ଏକ୍ସପ୍ରେସ ୱେରେ କ୍ଷତି ପୁରଣ ଦାବୀରେ ରାସ୍ତା ଅବରୋଧ କରିଥିବା ବେଳେ ସଂପୃକ୍ତ ବସ ମାଲିକ କ୍ଷତିପୂରଣ ଦେବା ସହିତ ଅନ୍ୟାନ୍ୟ ସାହାର୍ଯ୍ୟ ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା ।
ପରିବାର ଲୋକଙ୍କ ଅଭିଯୋଗରୁ ଜଣାଯାଏ ଯେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଗ୍ରାମର ପାର୍ଥବ କେତକୀ(୫୩) ଗ୍ରାମର ପବନ ଅଗ୍ରୱାଲଙ୍କ ରାସନ ଦୋକାନରେ କାମ କରନ୍ତି । ଗତକାଲି ସଂନ୍ଧ୍ୟା ସମୟରେ ରାସନ ସାମଗ୍ରି ଦେବା ପାଇଁ ନୂଆପଡା ଜିଲ୍ଲା ସିନାପାଲି ଗ୍ରାମକୁ ଯାଇଥିଲେ । ରାସ୍ତା କଡରେ ପିକଅପ ଗାଡିରୁ ରାସନ ସାମଗ୍ରୀ ଅନଲୋଡ କରି ଦେଉଥିବା ସମୟରେ ପଛପଟୁ ସିନାପାଲିରୁ ସମ୍ବଲପୁର ଯାଉଥିବା ବିଜୟାଲକ୍ଷ୍ମୀ ବସ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେଠରେ ଲାଗିଥିବା ଏକ ସିସିଟିଭିରୁ ମଧ୍ୟ ସ୍ୱଷ୍ଟ ଦେଖାଯାଉଛି ଯେ ଉକ୍ତ ବସଟି ଧକ୍କା ଦେବାରୁ ସେ ତଳେ ଟଳିପଡିଥିଲେ । ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ବସଟିକୁ ଜବତ କରି ଥାନାରେ ଅଟକ ରଖିଥିଲା । ଏସଂକ୍ରାନ୍ତରେ ସିନାପାଲି ଥାନା କେସ୧୬୦/୨୫ ରେ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରି ଆଜି ପରିବାରକୁ ଶବ ହସ୍ତାନ୍ତର କରିଥିଲା । ଆଜି ପରିବାର ଲୋକେ ପ୍ରଥମେ ଶବକୁ ଆଣି ସକାଳ ୧୧ ଘଣ୍ଟା ସମୟରେ ଗୋଲାମୁଣ୍ଡା ନିକଟସ୍ଥ କଦଳୀମୁଣ୍ଡା ନିକଟରେ କ୍ଷତି ପୂରଣ ଦାବୀରେ ରସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଗୋଲାମୁଣ୍ଡା ପୋଲିସ ପହଞ୍ଚି ଘଟଣାଟି ନୂଆପଡା ଜିଲ୍ଲାରେ ଘଟି ଥିବାରୁ ଓ ପୋଲିସ କେସ ସିନାପାଲି ଥାନରେ ହୋଇଥିବାରୁ ସ୍ଥାନୀୟ ପ୍ରଶାସନ ସହାର୍ଯ୍ୟ କରିବାରେ ନିଳମ୍ବ ହୋଇ ପାରେ ବୋଲି କହିବା ପରେ ପରିବାର ଲୋକେ ଶବକୁ ନେଇ କଳାହାଣ୍ଡି ନୂଆପଡା ସୀମାନ୍ତ ଧିଙ୍ଗିଆମୁଣ୍ଡାଠାରେ ରାସ୍ତା ରୋକ କରି ଧାରଣାରେ ବସିଥିଲେ । ଉକ୍ତ ରସ୍ତା ଅବରୋଧକୁ ବ୍ଲକ ଯାଦବ ମହାସଭା ସମର୍ଥନ ଦେବା ସହିତ ବ୍ଲକ ସଭାପତି ଗିରିଧାରୀ ତେଜି ରାସ୍ତା ରୋକରେ ସାମିଲ ହୋଇଥିବା ବେଳେ ଜନ ସଂଗ୍ରାମ ସମିତି ସଭାପତି ସାଉଲ ମଙ୍ଗରାଜ ମଧ୍ୟ ସାମିଲ ହୋଇଥିଲେ । ପରବର୍ତ୍ତି ସମୟରେ ଘଟଣାସ୍ଥଳକୁ ସିନାପାଲି ଅତିରିକ୍ତ ତହସିଲଦାର ମନୋରଞ୍ଜ କେର୍କେଟା ଓ ସିନାପାଲି ଥାନା ଆଇଆଇସି ରଶ୍ମିତା ପ୍ରଧାନ ଆସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହିତ ବସ ମାଲିକୁ ଡଳାଇ କ୍ଷତି ପୂରଣ ବାବଦକୁ ନଗଦ ଏକ ଲକ୍ଷ ଟଙ୍କା ଓ ପରବର୍ତ୍ତି ସମୟରେ ବୀମା ଟଙ୍କା ପ୍ରଦାନ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ରେଡକ୍ରସରୁ ୧୦ ହଜାର ଟଙ୍କା ଓ ହରିଶ୍ଚଚନ୍ଦ୍ର ଯୋଜନାରୁ ଦୁଇ ହଜାର ଟଙ୍କା ସାହାର୍ଯ୍ୟ ପ୍ରଦାନ କରିବାପରେ ରାସ୍ତାରୋକ ହଟିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.