ମଦନପୁର ରାମପୁର ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନ ସିଂହାସନ ରୁ ସ୍ନାନ ମଣ୍ଡପ କୁ ପହଣ୍ଡି କରି ଅଣା ଯିବା ପରେ ରୀତିନୀତି ଅନୁଯାୟୀ ଭଗବାନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଙ୍କୁ ମହାସ୍ନାନ କରାଯାଇଥିଲା। ଏଥିରେ କର୍ତ୍ତା ଭାବେ ମ. ରାମପୁର ରାଜା ବୁଧେନ୍ଦ୍ର ପ୍ରତାପ ସିଂଦେଓ ଯୋଗଦେଇଥିବା ବେଳେ ମୁଖ୍ୟ ପୂଜକ ଭାବେ ଶ୍ରୀ ତ୍ରିଲୋଚନ ଦାସ ପୂଜା କାର୍ଯ୍ୟ ତୁଲେଇଥିଲେ।ସେବକ ଭାବେ ବ୍ରାହ୍ମଣ ସମାଜ ର ସଭାପତି ଶିବପ୍ରସାଦ ଶତପଥି, ପ୍ରଶାନ୍ତ ସାମନ୍ତରା, ଉଦ୍ଧବ ପଣ୍ଡା, ଶୋଭାକର ପୁରୋହିତ, ଅଶୋକ ତ୍ରିପାଠୀ, ମଳୟ ତ୍ରିପାଠୀ, ସନ୍ତୋଷ ପଣ୍ଡା, ପ୍ରକାଶ ପଣ୍ଡା, ଯୁଗଳ କିଶୋର ପ୍ରହରାଜ, ଗୋବିନ୍ଦ ଶତପଥୀ, ରାକେଶ ମହାଉତି କାର୍ଯ୍ୟ ତୁଲେଇ ଥିଲେ। ଜଗନ୍ନାଥ ପରିବାର ର ସୁରେନ୍ଦ୍ର ସାହୁ, ଜୟ ସାହୁ, କେଦାର ମହାରଣା, ଜଗନ୍ନାଥ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ପ୍ରମୁଖ ପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଆୟୋଜନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.