ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ଵାରା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ପରିଦର୍ଶନ ଓ ଆୟୁଷ୍ମାନ କାର୍ଡ ବଣ୍ଟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ପୌରାଞ୍ଚଳ ଅଧିନସ୍ଥ ୱାର୍ଡ ନ ୬ ତରିଆପଡା ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସୋନପୁର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଟିତ ହୋଇଥିଲା l ସ୍ୱାସ୍ଥ୍ୟ ସେବା ଶିବିର ରେ ଅନୁଷ୍ଠିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା .ପ୍ରଦୀପ କୁମାର ଗୁରୁଙ୍କ ସଭାପତିତ୍ୱ ରେ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଓଡିଶା ସରକାରଙ୍କ ପଂଚାୟତିରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଓଡିଶା ସରକାର ଙ୍କ ଜନହିତକର କାର୍ଯ୍ୟ ଉପରେ ଆଲୋପାତ କରିଥିଲେ ଓ ବୃଦ୍ଧ ବୃଦ୍ଧା ମାନଙ୍କର ପ୍ରଚଳିତ ସ୍ୱାସ୍ଥ୍ୟ ବୀମା ଯୋଜନା ଵୟୋବନ୍ଦନା ଯୋଜନାର କାର୍ଡ ସବୁ ବଣ୍ଟନ କରିବା ସହ ସ୍ବାସ୍ଥ୍ୟ ଚିକିତ୍ସା ଶିବିରକୁ ତଦାରଖ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପଦ୍ମହଂସା ଦୋରା ଭେଷଜ ବିଶେଷଜ୍ଞ ଡା. ଜିତାରାମ ବିଦ, ଡା ପ୍ରସନ୍ନ ମିଶ୍ର, ଦାନ୍ତରୋଗ ବିଶେଷଜ୍ଞ ଡା. ସତ୍ୟନାରାୟଣ ପଣ୍ଡା, ଡା ବସୁମତୀ ଚୌଧୁରୀ, ଡିପିଏମ ରୂପକ କୁମାର ମହାପାତ୍ର ଏପିଡେମିଓଲୋଜିଷ୍ଟ ଲୋପାମୁଦ୍ରା ମହାନ୍ତି ,ଏମଏଲଏଆଇଏସ ଶୋଭନା ଦାଶ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ,ଡିଇଓଆଇ ଡିଏସପି ନାରାୟଣ ରଥ, ଏଏମ ଆଶା ତରଣୀସେନ ପଧାନ ମାନସିକ ରୋଗ ବିଭାଗ ର ଅନୁପ ଦାଶ, ଡିଏଲସି ଶ୍ରୀ ପଣ୍ଡା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ମହିଳା ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ମାସ ମେମ୍ବର, ସ୍ଥାନୀୟ କାଉନସିଲର ସବୁ ଏହି ଶିବିରରେ ଉପସ୍ଥିତ ଥିଲେ I ଏହି ଶିବିର ରେ ପ୍ରାୟ ୧୦୦ ଜଣ ରୋଗୀଙ୍କର ଚିକିତ୍ସା ହୋଇଥିଲା l ମାନସିକ ରୋଗ, ଅଣ ସଂକ୍ରାମକ ରୋଗ ତଥା ସିକିଲ ସେଲ ରୋଗ ର ଚିକିତ୍ସା କରାଯାଇଥିଲl I ଏଥିରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ l ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଆରବିଏସକେ ଟିମ ର ଡାକ୍ତର ଓ ତାଙ୍କର କର୍ମଚାରୀ ସବୁ ଏହି ଶିବିର ରେ ଅଂଶ ଗ୍ରହଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.