ଗରମ ପାଣି ପଡ଼ି ଶିଶୁ ଗୁରୁତର ଘଟଣା: ସହାୟତାର ହାତ ବଢ଼ାଇଲା ‘ଆମେ ବିପଦର ବନ୍ଧୁ’ ହ୍ଵାଟ୍ସଆପ ଗ୍ରୁପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁର ୪ ବର୍ଷ ବୟସର ଶିଶୁ ଉପରେ ଗରମ ପାଣି ପଡିଯିବା ଓ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ତଥା ଗରିବ ବାପ-ମାଆ ଚିକିତ୍ସା ବାବଦକୁ ଆର୍ଥିକ ସହାୟତା ପାଇଁ ଆକୁଳ ଗୁହାରି କରିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗୁରୁତର ଶିଶୁ ପାଇଁ ବଢିଥିଲା ସହାୟତାର ହାତ। ଏପରିକି ଅସହାୟ ଓ ଦୁଃଖୀରଙ୍କିଙ୍କୁ ସହାୟତା ପାଇଁ ଗଠିତ ହ୍ଵାଟ୍ସଆପ ଗ୍ରୁପ ‘ଆମେ ବିପଦର ବନ୍ଧୁ’ ତରଫରୁ କ୍ରାଉଡ଼ ଫଣ୍ଡିଂ ଜରିଆରେ ୨୫ ହଜାର ୪୩୨ ଟଙ୍କା ପ୍ରଦାନ କରାଯାଇଛି। ଆଜି ହ୍ଵାଟ୍ସଆପ ଗ୍ରୁପ ସଦସ୍ୟଙ୍କ ସହିତ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମାଜସେବୀ ହରିଶଙ୍କର ପାତ୍ର, ଲାଞ୍ଜିଗଡ ରୋଡ଼ ସରପଞ୍ଚ ମମତା ଶବର, ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ପିଇଡବ୍ଲୁ ମିଡିଆ ଏସୋସିଏସନର କୋଷାଧ୍ୟକ୍ଷ ନୀଲେଶ କୁମାର ନାଗ ପ୍ରମୁଖ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଶିଶୁ ଓ ତାଙ୍କ ବାପା ଅଜିତ ହରିଜନ ଓ ବାଲମତି ହରିଜନଙ୍କୁ ସାକ୍ଷାତ କରି ଗ୍ରୁପ ଦ୍ୱାରା ସଂଗୃହୀତ ଅର୍ଥରାଶି ହସ୍ତାନ୍ତର କରିଥିଲେ। ସେହିପରି ବେନଗାଁ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ପ୍ରଧାନଶିକ୍ଷକ ଭବାନୀଶଙ୍କର ନାଗଙ୍କ ଜରିଆରେ ସହାୟତା ରାଶି ପ୍ରଦାନ କରିଥିବାବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର, ବେନଗାଁ ସମିତିସଭ୍ୟା ଯଶୋବନ୍ତି ନାଏକ, ସାମ୍ବାଦିକ ଦିଲୀପ ନାଏକ ପ୍ରମୁଖ ସହାୟତାର ହାତ ବଢ଼ାଇଥିବା ଜଣାପଡିଛି। ଏହାକୁ ନେଇ ଅଜିତଙ୍କ ପରିବାର ବିଭିନ୍ନ ଗଣମାଧ୍ୟମକୁ ଧନ୍ୟବାଦ ଦେବା ସହିତ ହ୍ଵାଟ୍ସଆପ ଗ୍ରୁପ ‘ଆମେ ବିପଦର ବନ୍ଧୁ’ର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.