ଉପମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/ ସମ୍ବଲପୁର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମ୍ବଲପୁର ଗସ୍ତ କରିଛନ୍ତି। ଏହି ଅବସରରେ ପଶ୍ଚିମ ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ପ୍ରଭାସିନି ପାଢିଙ୍କ ନେତୃତ୍ଵରେ ଏକ ପ୍ରତିନିଧିଦଳ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ କରି ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କ ସମସ୍ୟା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନବାଡି କର୍ମୀଙ୍କୁ ଶ୍ରମିକର ମାନ୍ୟତା ଦେବା, ବଞ୍ଚିବା ଭଳି ଦରମା ବ୍ୟବସ୍ଥା କରାଯିବା, ବଜାର ଦର ଅନୁସାରେ ଅଣ୍ଡା ଓ ଏସ ଏନ ପି ଦର ବୃଦ୍ଧି କରିବା, ପୁରୁଣା ମୋବାଇଲ୍ ସ୍ଥାନରେ ଗୁଣାତ୍ମକ ମୋବାଇଲ୍ ଯୋଗାଇଦେବା, ମିସନ୍ ବାତ୍ସଲ୍ୟ ଗାଇଡ ଲାଇନ ଅନୁସାରେ କାମ କରାଯିବା, ଅନ୍ୟ ବିଭାଗର କାମ ଲଦା ନ ଯିବା, ପଦୋନ୍ନତି କ୍ଷେତ୍ରରେ ୧୦୦ ଶତକଡା କର୍ମୀଙ୍କୁ ଦିଆଯିବା, ସାମାଜିକ ନିରାପତ୍ତା ଯୋଜନାରେ ଭବିଷ୍ୟତ ନିଧି, ଇ.ଏସ୍, ଆଇ ରେ ଅନ୍ତର୍ଭୁକ୍ତ କରାଯିବା, ଆୟୁଷ୍ମାନ୍ ରେ ଅନ୍ତର୍ଭୁକ୍ତ କରିବା, ସହାୟକାଙ୍କୁ ଖାଲି ସ୍ଥାନରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ଦିଆଯିବା, ସରକାରୀ ଛୁଟି ଅନୁସାରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖାଯିବା, ଅବସର କାଳୀନ ସହାୟତା ମୂଲ୍ୟ ବୃଦ୍ଧି କରିବା,ଯେଉଁ ଅଙ୍ଗନବାଡି କର୍ମୀ ଓ ସହାୟିକା ବର୍ତ୍ତମାନ ଅବସର ନେଉଛନ୍ତି କିମ୍ବା ଆଗରୁ ଅବସର ନେଇଛନ୍ତି ସମସ୍ତଙ୍କୁ ଅବସର କାଳୀନ ସହାୟତା ରାଶି ୧୦ ଲକ୍ଷ ଦେବା ସହିତ ପେନସନ୍ ଦେବା, ସରକାରୀ କର୍ମଚାରୀ ଭଲି କର୍ମୀ ଓ ସହାୟିକା ଙ୍କୁ ବ୍ୟକ୍ତି ଗତ ରୁଣ ଯୋଗାଇ ଦେବା, ସମସ୍ତଙ୍କ ସକାଶେ ଜୀବନ ବୀମା କୁ ବୃଦ୍ଧି କରିବା, ପେନସନ୍ ରାଶି ୧୦ ହଜାର ଟଙ୍କା କରିବା, ଆଇ.ସି.ଡି, ଏସ୍ କାମ କୁ ଅଗ୍ରାଧିକାର ଦିଆଯିବା, ଗ୍ରାଚୁଇଟି ଓ ପାରଦର୍ଶିତା ଟଙ୍କା ପ୍ରଦାନ, ଗାଁ କଲ୍ଯାଣ ସମିତିରୁ କର୍ମୀଙ୍କୁ ବାଦ ଦେବା, ଅଙ୍ଗନବାଡି କର୍ମୀଙ୍କ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ଉପରେ ଆକ୍ରମଣ କରୁଥିବା ଅଭିଯୁକ୍ତ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା, ନୂତନ ଶିକ୍ଷାନୀତି ପ୍ରଣୟନରେ ସୁଧାର ଆଣିବା ପ୍ରଭୁତି ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ସହ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ସକାରାତ୍ମକ ଆଲୋଚନା କରିଥିଲେ। ପ୍ରତିନିଧି ଦଳରେ ରିନାକ୍ଷି ପତି, ସଂଯୁକ୍ତା ସାହୁ, ଜୟନ୍ତୀ ଧର ସମେତ ବହୁ ସଂଖ୍ଯାରେ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ। ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସାଧାରଣ ସମ୍ପାଦକ ପ୍ରଭାସିନି ପାଢି କହିଛନ୍ତି ଯେ, ସାକ୍ଷାତ୍ ଓ ଆଲୋଚନା ସକରାତ୍ମକ ଥିଲା ଏବଂ ଉପମୁଖ୍ୟମନ୍ତ୍ରୀ ସମସ୍ୟା ଗୁଡ଼ିକର ସମାଧାନ ନିଶ୍ଚିତ ଭାବେ ହେବ ବୋଲି ପ୍ରତିଶୃତି ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.