ଓଡ଼ିଆ ବାର୍ତ୍ତା / କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପଞ୍ଚାୟତ ସମିତି ପ୍ରାଙ୍ଗଣ ପରିସର ମଧ୍ୟରେ ରାୟଗଡ଼ା ଜିଲ୍ଲା ଜଳ ଓ ପରିମଳ ବିଭାଗ ତରଫରୁ ସ୍ୱଚ୍ଛ ଭାରତ ମିଶନ ଜରିଆରେ କଲ୍ୟାଣ ସିଂହପୁର ବ୍ଲକକୁ ଏକ ଅଳିଆ ସଫେଇ ତିନି ଚକିଆ ବ୍ୟାଟେରୀ ଗାଡ଼ି ପ୍ରଦାନ କରାଯାଇଥିଲା | ଏହି ଗାଡିକୁ ବ୍ଲକ ସ୍ୱଚ୍ଛ ଭାରତ ମିଶନର ଗୋଷ୍ଟି ସଂଯୋଜକ (ବିଆରସି) ଲିଙ୍ଗରାଜ ନାୟକ କଲ୍ୟାଣ ସିଂହପୁର ବ୍ଲକ ଓଡ଼ିଶା ଜୀବିକା ମିଶନକୁ ହସ୍ତାନ୍ତର କରିଥିଲେ | ଏହି ପରିପେକ୍ଷୀରେ କଲ୍ୟାଣ ସିଂହପୁର ବ୍ଲକ ଓଡ଼ିଶା ଜୀବିକା ମିଶନ ସଦର ପଞ୍ଚାୟତକୁ ପ୍ରଦାନ କରିଥିଲେ | ଉକ୍ତ ଗାଡ଼ିକୁ ପଞ୍ଚାୟତ କତୃପକ୍ଷ ସ୍ଥାନୀୟ ବୁଡ଼ାରାଜା ସ୍ୱୟଂ ସହାୟିକା ଗୋଷ୍ଟିକୁ ସହରରେ ପ୍ରତ୍ୟେକ ଦିନ ଆବର୍ଜନା ସୃଷ୍ଟିକାରୀ ଅଳିଆ ଉଠାଇବା ନିମନ୍ତେ ହସ୍ତାନ୍ତର ସହ ଗ୍ରାମ ପଞ୍ଚାୟତ ନିଜେ ରକ୍ଷଣା ବେକ୍ଷଣ ସହ ସ୍ୱୟଂ ସହାୟିକା ଗୋଷ୍ଟିକୁ ସରକାରୀ ପ୍ରାପ୍ୟ ପ୍ରଦାନ କରିବାକୁ ପ୍ରତିଜ୍ଞା ନେଇ ନିଜେ ସରପଞ୍ଚ ଅର୍ପଣ କରିଥିଲେ |